Advertisment

ସହକର୍ମୀଙ୍କୁ ବି ଛାଡ଼ିଲେନି: ୨୫ ହଜାର ମାଗିଥିଲେ, ପ୍ରଥମ କିସ୍ତିରେ ୭ ହଜାର ନେବା ବେଳେ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ହାତରେ ପଡ଼ିଛନ୍ତି ଜଣେ ଅଭ୍ୟାସଗତ ଲାଞ୍ଚୁଆ କର୍ମଚାରୀ। ସେ କାଳେ କାହାକୁ ଛାଡ଼ନ୍ତି ନାହିଁ। କାମ କରିବା ପାଇଁ ସମସ୍ତଙ୍କଠାରୁ ନିଅନ୍ତି ଲାଞ୍ଚ।

Junior Asst and Peon

Junior Asst and Peon

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ)ଙ୍କ ଅଫିସର ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ଓ ପିଅନ ଗୋପବନ୍ଧୁ ସାହୁ।

Advertisment

ବିଇଓଙ୍କ ଅଫିସର ଜଣେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦରମା କରାଇ ଦେବା ପାଇଁ ସେ ୭ ହଜାର ଟଙ୍କା ମାଗିଥିବା ବେଳେ ଅନ୍ୟାନ୍ୟ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ୧୮ ହଜାର ଟଙ୍କା ମାଗିଥିଲେ। ପ୍ରଥମ କିସ୍ତିରେ ସେ ୭ ହଜାର ଟଙ୍କା ମାଗିଥିଲେ। ବାକି ୧୮ ହଜାର ବକେୟା ଅର୍ଥ ଉଠାଇବା ବେଳେ ଦେବା ପାଇଁ କହିଥିଲେ।

ଏତେ ପରିମାଣରେ ଲାଞ୍ଚ ମାଗିବା ଯୋଗୁ ଉକ୍ତ କର୍ମଚାରୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଉ ଯୋଜନା ପ୍ରକାର ଆଜି ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ସହିତ ପିଅନ ଗୋପବନ୍ଧୁ ସାହୁଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ମାଧ୍ୟମରେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀ ସାହୁ ଲାଞ୍ଚ ନେଇଥିଲେ। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଉଭୟ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ଓ ପିଅନ ଗୋପବନ୍ଧୁ ସାହୁଙ୍କ ଘରେ ଚଢ଼ାଉ କରାଯାଇଛି। ଦୁଷ୍ମନ୍ତ କୁମାର ସାହୁଙ୍କର ୩ଟି ଠିକଣାରେ ଚଢ଼ାଉ କରାଯାଇଥିବା ବେଳେ ପିଅନଙ୍କର ଗୋଟିଏ ଠିକଣାରେ ଚଢ଼ାଉ କରାଯାଇଛି। ସେମାନେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ସାହୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ସେମାନଙ୍କ ଉଚିତ ପ୍ରାପ୍ୟ ଦେବା ପାଇଁ ଲାଞ୍ଚ ନିଅନ୍ତି ବୋଲି ଅଭିଯୋଗ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe