/odisha-reporter/media/post_attachments/uploadimage/library/16_9/16_9_0/Jr_Clerk_1754409481.jpg)
Jr Clerk
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଫିସର କନିଷ୍ଠ କିରାଣି ସମ୍ବିତ ତ୍ରିପାଠୀ।
୨୦୧୯ରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ତାଙ୍କ ପତ୍ନୀ ପେନ୍ସନ୍ ପାଉଛନ୍ତି ଓ ସେଥିରେ ଚଳୁଛନ୍ତି। ତେବେ ମୃତ ଶିକ୍ଷକଙ୍କର କିଛି ବକେୟା ଟଙ୍କା ଏଯାବତ ମିଳିନାହିଁ। ସେହି ଟଙ୍କା ପାଇବା ପାଇଁ ଆବଶ୍ୟକ କାମ କରିଦେବା ପାଇଁ ମୃତ ଶିକ୍ଷକଙ୍କ ପତ୍ନୀ ବାରମ୍ବାର ବିଇଓ ଶ୍ରୀ ତ୍ରିପାଠୀଙ୍କ ପାଖକୁ ଆସିଛନ୍ତି। ତେବେ ସେ କାମ କରି ନାହାନ୍ତି। ଓଲଟି କାମ କରିଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଆଜି ଶ୍ରୀ ତ୍ରିପାଠୀ ନନ୍ଦପୁରର ଏକ ଚା’ ଦୋକାନ ନିକଟରେ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ନନ୍ଦପୁର ସ୍ଥିତ କାର୍ଯ୍ୟାଳୟ ସହିତ ସେମିଳିଗୁଡ଼ା ସ୍ଥିତ ଭଡ଼ା ଘର ଓ ବ୍ରହ୍ମପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
