/odisha-reporter/media/post_attachments/uploadimage/library/16_9/16_9_0/IMAGE_1724995427.jpg)
Balasore DEO
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
Advertisment
ପ୍ରଦୀପ ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି। ବାଲେଶ୍ୱର ଅଙ୍ଗାରଗାଡ଼ିଆରେ ଥିବା ତିନିମହଲା କୋଠା, ଖନ୍ତାପଡ଼ାରେ ଥିବା ପୈତୃକ ଘର, ସେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସଂପର୍କୀୟଙ୍କ ଘର ଓ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରଦୀପ ଦାସଙ୍କ ଅଫିସ ରୁମରେ ଚଢ଼ାଉ କରାଯାଉଛି।
ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ ଜଣ ASP, ୪ଜଣ DSP ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
