Advertisment

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି; ୬ଟି ସ୍ଥାନରେ ଚଢ଼ାଉ

ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି।

 Balasore DEO

Balasore DEO

Advertisment

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।

Advertisment

ପ୍ରଦୀପ ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି। ବାଲେଶ୍ୱର ଅଙ୍ଗାରଗାଡ଼ିଆରେ ଥିବା ତିନିମହଲା କୋଠା, ଖନ୍ତାପଡ଼ାରେ ଥିବା ପୈତୃକ ଘର, ସେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସଂପର୍କୀୟଙ୍କ ଘର ଓ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରଦୀପ ଦାସଙ୍କ ଅଫିସ ରୁମରେ ଚଢ଼ାଉ କରାଯାଉଛି। 

ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ ଜଣ ASP, ୪ଜଣ DSP ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

Advertisment
Vigilance Raid Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe