Advertisment

୨ ଲକ୍ଷ ମାଗିଥିଲେ, ୫୦ ହଜାର ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

ଅଦ୍ୟତନ ହୋଇଛି
Sangeeta Mohapatra

Sangeeta Mohapatra

Advertisment

ପଚାଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସହକାରୀ ଯନ୍ତ୍ରୀ। ତାଙ୍କ ନାଁ ସଙ୍ଗୀତା ମହାପାତ୍ର। ସେ ଖୋର୍ଦ୍ଧା ବ୍ଲକରେ ସହକାରୀ ଯନ୍ତ୍ରୀ ଅଛନ୍ତି।

Advertisment

ଏକ ଉନ୍ନୟନମୂଳକ କାର୍ଯ୍ୟର ଫାଇନାଲ୍‌ ବିଲ୍ କରି ଦେବା ପାଇଁ ସେ ଜଣେ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ସଂପୃକ୍ତ ଠିକାଦାର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ପ୍ରକାରେ ଆଜି ଠିକାଦାର ଜଣଙ୍କ ୫୦ ହଜାର ଟଙ୍କା ନେଇ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଦେଇଥିଲେ। ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ତା’ସହିତ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। 

ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଉକ୍ତ ଠିକାଦାରଙ୍କର ୧୮ ଲକ୍ଷ ଟଙ୍କାର ବିଲ୍ ପାସ୍ କରି ଦେବା ପାଇଁ ୨ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। 

Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe