Advertisment

ଭିଜିଲାନ୍ସ ଜାଲରେ ଇଡକୋର ଜୁନିୟର ମ୍ୟାନେଜର, କେବଳ ଚାରି ମହଲା କୋଠାର ଦାମ ୩.୨୨ କୋଟି

ଘର, ଫ୍ଲାଟ, ପ୍ଲଟ ଓ ଜମି ସହିତ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ କରିଛି ଭିଜିଲାନ୍ସ।

author-image
Jitendra Garnayak
ଅଦ୍ୟତନ ହୋଇଛି
House

House

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆଜି ତାଙ୍କ ଘର ସମେତ ମୋଟ ୬ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ବେଳେ ଠାବ ହୋଇଛି ଅଚଳାଚଳ ସଂପତ୍ତି।

Advertisment

ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାରରେ ତାଙ୍କର ଏକ ଚାରି ମହଲା କୋଠା ରହିଛି। ଏହାର ଦାମ ୩.୨୨ କୋଟି ବୋଲି ଆକଳନ କରିଛି ଭିଜିଲାନ୍ସ। । ପାଖାପାଖି ୭୫୦୦ ବର୍ଗଫୁଟ ଜମିରେ ଛିଡ଼ା ହୋଇଥିବା ଏହି ୪ ମହଲା କୋଠାଟି କୌଣସି ରାଜକୀୟ ବଙ୍ଗଳାଠାରୁ କମ୍ ନୁହେଁ। ଏହି କୋଠାର ସମସ୍ତ ଦ୍ୱାରରେ ସେନ୍‌ସର ଲାଗିଛି। ଡ୍ରଇଂ ରୁମ୍‌ଠାରୁ ଆରମ୍ଭ କରି ବେଡ୍‌ ରୁମ୍- ସବୁଠି ରହିଛି ସେନ୍‌ସର ଲକିଂ ବ୍ୟବସ୍ଥା। ଘରର ଡିଜାଇନ ଆଖି ଖୋସିଲା ଭଳି ହୋଇଛି। ଘର ସାରା ଇମ୍ପୋର୍ଟେଡ୍ ଉପକରଣ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ବାବୁଙ୍କ ଏହି ଆଲିଶାନ ବଙ୍ଗଳାରେ ୩୨ଟି ଫ୍ୟାନ ଓ ୧୨ଟି ଏସି ଲାଗିଛି ।

ପୁରୀ ଜିଲ୍ଲାର ବାଲୁଖଣ୍ଡ ମୌଜାରେ ଶ୍ରୀ ଉଦୟସିଂହଙ୍କର ଏକ ଫ୍ଲାଟ ଅଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାଙ୍କର ୩ଟି ମୂଲ୍ୟବାନ ପ୍ଲଟ ଅଛି। ସେଥିରୁ ଦୁଇଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। 

Advertisment

ବିଜୟ କୁମାର ଉଦୟସିଂହ ବ୍ୟାଙ୍କ ଓ ବୀମା ଜମା ବାବଦକୁ ମୋଟ ୫୫ ଲକ୍ଷ ୫୦ ହଜାର ୯୧୬ ଟଙ୍କା ରଖିଛନ୍ତି। ତାଙ୍କ ଘରୁ ନଗଦ ୪ ଲକ୍ଷ ୫୦ ହଜାର ଜବତ କରାଯାଇଛି। ତାଙ୍କର ୨୯ ଲକ୍ଷ ଟଙ୍କାର ସୁନାଗହଣା ଓ ଘରର ବିଭିନ୍ନ ଉପକରଣା ଅଛି। ସେହିପରି ତାଙ୍କ ଗୋଟିଏ ଚାରିଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। 

Vigilance Raid Vigilance Net