/odisha-reporter/media/post_attachments/uploadimage/library/16_9/16_9_0/IMAGE_1732706742.jpg)
Padmanabha Hota
ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁର ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ପୁଳାପୁଳା ସମ୍ପତ୍ତି ଠାବ କରାଯାଇଛି।
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ୩ଟି ବହୁତଳ କୋଠା ଠାବ କରାଯାଇଛି। ତା’ ମଧ୍ୟରେ ଗୋଟିଏ ଚାରି ମହଲା କୋଠା ଅଛି। ଏହି କୋଠାଟି ଭୁବନେଶ୍ୱରର କରଡ଼ୋକଣ୍ଟାରେ ଅଛି। ସେହିପରି କେନ୍ଦୁଝରର ଜଗନ୍ନାଥପୁରରେ ତାଙ୍କର ଗୋଟିଏ ଦୁଇ ମହଲା କୋଠା ଥିବା ବେଳେ ଯାଜପୁରର ଜେମାଦେଇପୁର ଶାସନରେ ତାଙ୍କର ଗୋଟିଏ ଘର ଅଛି।
କେନ୍ଦୁଝର ଜିଲ୍ଲା ଘାଷିପୁର ତହସିଲର ମଦନପୁରରେ ଶ୍ରୀ ହୋତାଙ୍କର ଏକ ୫ ଏକରର ଜାଗା ଅଛି, ଯେଉଁଠି ସେ ଫାର୍ମ ହାଉସ କରିଛନ୍ତି। ତା’ସହିତ ଭୁବନେଶ୍ୱର, କଟକ ଓ ଯାଜପୁରରେ ତାଙ୍କର ୧୪ଟି ପ୍ଲଟ୍ ଅଛି। ସେଥିରୁ ୪ଟି ଭୁବନେଶ୍ୱର ଓ କଟକରେ ଅଛି। ବାକି ୧୦ଟି ଯାଜପୁରର ଦାନଗଦିରେ ଅଛି। ସମସ୍ତ କୋଠା, ପ୍ଳଟ୍ ଓ ଫାର୍ମ ହାଉସର ମାପଚୁପ କରୁଛି ଭିଜିଲାନ୍ସର ବୈଷୟିକ ଟିମ୍। ତା’ପରେ ସେଗୁଡ଼ିର ସଠିକ ମୂଲ୍ୟ ଜଣାପଡ଼ିବ।
ବ୍ୟାଙ୍କରେ ଶ୍ରୀ ହୋତାଙ୍କର ୩୪ ଲକ୍ଷ ୬୪ ହଜାର ଟଙ୍କା ଥିବା ବେଳେ ତାଙ୍କଠାରୁ ୩୦୦ ଗ୍ରାମର ସୁନାଗହଣା ଜବତ କରାଯାଇଥିଲା। ତାଙ୍କ ଘରେ ଥିବା ଆସବାବପତ୍ରର ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହା ସହିତ ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ସହିତ ୨ଟି ଦୁଇ ଚକିଆ ଗାଡ଼ି ଅଛି। ଚଢ଼ାଉ ଜାରି ରହିଥିବାରୁ ତାଙ୍କର ଆହୁରି ସମ୍ପତ୍ତି ମିଳିବା ସମ୍ଭାବନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
