Advertisment

ଦୀପିକାଙ୍କ ପୁଅର ବାପା କିଏ, ଆସିଲା ଡିଏନଏ ରିପୋର୍ଟ

ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ଦୀପିକା।

Dipika and dinesh

Dipika and dinesh

Advertisment

ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ହାଇଡ୍ରାମାରେ ଆସିଛି ନୂଆ ଟ୍ୱିଷ୍ଟ। କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟରେ ହିଁ ଦର୍ଶାଯାଇଛି ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ବା ବାପାମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା। ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି।

Advertisment

ବ୍ରହ୍ମପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ଶିଶୁ ପୁତ୍ରର ବାପା କେ. ଦିନେଶ କୁମାର ଦାବି କରି ୨୦୨୧ରେ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ ଦୀପିକା। ପରବର୍ତ୍ତୀ ସମୟରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ଦୀପିକା ନିଜର ପ୍ରେମିକ କେ. ଦିନେଶ ଓ ଶିଶୁପୁତ୍ରର ଡିଏନଏ ଟେଷ୍ଟ ପାଇଁ କୋର୍ଟରେ ଅପିଲ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀପିକା, କେ. ଦିନେଶ ଓ ତାଙ୍କ ପୁଅର ସାମ୍ପୁଲ ରାଜ୍ୟ ଫୋରେସିକ୍ ଲାବକୁ ପଠାଯାଇଥିଲା। ରାଜ୍ୟ ଫୋରେସିକ୍ ଲ୍ୟାବ ଗତବର୍ଷ ଏହି ଡିଏନଏ ଟେଷ୍ଟ ରିପୋର୍ଟ ଦେଇଥିଲେ। ପରେ ଏହାକୁ କୋର୍ଟରେ ଦାଖଲ କରାଯାଇଥିଲା। ଗତକାଲି ଏହି ରିପୋର୍ଟର ଏକ କପି ଦୀପିକା ନେଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏ ନେଇ ଦୀପିକା ପ୍ରେମିକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ଦୀପିକା। ନ୍ୟାୟ ମିଳିବା ଆଶାରେ ଧାରଣାରୁ ଉଠିଯାଇଥିଲେ। ପୁଣି ଦୁଇ ଦିନ ହେବ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା ଯୋଗୁ ସେ ବାଧ୍ୟ ହୋଇ ପୁଣି ଧାରଣାରେ ବସିଥିବା କହିଛନ୍ତି। ଏବେ ଦୀପିକାଙ୍କ କେସ ହାଇକୋର୍ଟରେ ବିଚାରାଧୀନ ରହିଛି।

Advertisment
Ganjam Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe