Advertisment

ଘର ବାହାରେ କବାଡି ଖେଳାଳିଙ୍କ ରକ୍ତାକ୍ତ ଶରୀର; ଦୁର୍ବୃତ୍ତ କହିଲେ- ତୁମ ପୁଅକୁ ମାରିଦେଲୁ

ରାତି ଅଧରେ କବାଟ ବାଡ଼େଇଲେ। କିଏ ଡାକୁଥିବା ଭାବି ବୃଦ୍ଧଜଣକ କବାଟ ଖୋଲିବାରୁ ବାହାରେ ପଡ଼ିଥିଲା ଭେଣ୍ଡିଆ ପୁଅର ରକ୍ତାକ୍ତ ଶରୀର । ଶରୀରରେ ଥିଲା କେବଳ ଖଣ୍ଡା ଚୋଟ ।

kabaddi-player

kabaddi-player

Advertisment

ରାତି ଅଧରେ କବାଟ ବାଡ଼େଇଲେ। କିଏ ଡାକୁଥିବା ଭାବି ବୃଦ୍ଧଜଣକ କବାଟ ଖୋଲିବାରୁ ବାହାରେ ପଡ଼ିଥିଲା ଭେଣ୍ଡିଆ ପୁଅର ରକ୍ତାକ୍ତ ଶରୀର । ଶରୀରରେ ଥିଲା କେବଳ ଖଣ୍ଡା ଚୋଟ । ଆମେ ତୁମର ବାଘ ପରି ପୁଅକୁ ମାରିଦେଲୁ ବୋଲି ସାଙ୍ଗରେ ଆସିଥିବା ୬ ଯୁବକ କହିଦେଇ ଫେରାର ହୋଇଗଲେ। ଆଉ ମୁମୁର୍ଷ ଅବସ୍ଥାରେ ଥିବା ଯୁବକ ମେଡିକାଲ ବେଡରେ ଆଖି ବୁଜିଦେଲେ । ଏପରି ଏକ ଭୟଙ୍କର ଘଟଣା ପଞ୍ଜାବର କପୁରଥଲା ଜିଲ୍ଲାରେ ଘଟିଛି। ମୃତକ ୨୨ ବର୍ଷୀୟ କବାଡି ଖେଳାଳି ହରଦୀପ ସିଂ ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ ଆରମ୍ଭ କରିଛି। ଏହି ଘଟଣାରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ପୁଲିସ୍‌ ସୂଚନା ଅନୁଯାୟୀ, କିଛି ଦିନ ହେଲା ହରଦୀପଙ୍କର କିଛି ଯୁବକଙ୍କ ସହ ଗଣ୍ଡଗୋଳ ଚାଲିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୬ ଜଣ ଯୋଜନାବଦ୍ଧ ଭାବ ଏପରି କାମ କରିଛନ୍ତି। ସେମାନେ ବୁଧବାର ରାତିରେ ହରଦୀପଙ୍କୁ ଏକୁଟିଆ ପାଇ ତାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ନିଜ ଘର ନିକଟକୁ ନେଇଥିଲେ। ସେଠାରେ ସେମାନେ କବାଟ ବାଡେଇ ତାଙ୍କ ପିତାଙ୍କ ସମ୍ମୁଖରେ ପୁଅକୁ ଫୋପାଡ଼ି ଚାଲି ଯାଇଥିଲେ।

Advertisment

ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜଳନ୍ଧରସ୍ଥିତ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏହି ଘଟଣାରେ ଆପ୍‌କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପଞ୍ଜାବରେ ଜଙ୍ଗଲି ଶାସନ ଚାଲିଛି। ତେଣୁ ସେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଦାବି କରିଛନ୍ତି।

Murder Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe