Advertisment

ବିବାଦର ସମାଧାନ କରିବାକୁ ଯାଇ ଚାଲିଗଲା କନଷ୍ଟେବଳଙ୍କ ଜୀବନ

ବର୍ଣ୍ଣାଲ ମୁଖ୍ୟ କନଷ୍ଟେବଳ ଦର୍ଶନ ସିଂହ ପୁଲିସ ଟିମ୍ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଦ୍ୟତନ ହୋଇଛି
Died Constable

Died Constable

Advertisment

ମାମଲା ସମାଧାନ କରିବାକୁ ଯାଇ ଗଲା କନଷ୍ଟେବଳଙ୍କ ଜୀବନ। ଏକ ରେସ୍ତୋରାଁରେ ଝଗଡା କରୁଥିବା ସମୟରେ ଚାରି ଜଣ କବାଡି ଖେଳାଳି ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ପଞ୍ଜାବ ବର୍ଣ୍ଣାଲର ଏକ ରେସ୍ତୋରାଁରେ ବିଲ୍ ପେମେଣ୍ଟକୁ ନେଇ ଘଟିଛି ଏପରି ନାରକୀୟ କାଣ୍ଡ...

Advertisment

ସୂଚନା ଅନୁସାରେ, ରବିବାର ରାତିରେ ଚାରିଜଣ କବାଡି ଖେଳାଳି ବର୍ଣ୍ଣାଲର ଏକ ରେସ୍ତୋରାଁକୁ ରାତ୍ରଭୋଜନ ପାଇଁ ଆସିଥିଲେ। ନିକଟସ୍ତ ରାଇସର ଗ୍ରାମର ଏକ କବାଡି ଟୁର୍ନାମେଣ୍ଟରେ ଭାଗ ନେବା ପରେ ସେମାନେ ଏଠାକୁ ଆସିଥିଲା। ମନ ମୁତାବକ ଖାଦ୍ୟ ପରିବେଷଣ ପରେ ଆରମ୍ଭ ହୋଇଥିଲା କବାଡି ଖେଳାଳିଙ୍କ ଉନ୍ମକ୍ତ କାଣ୍ଡ।

ଯେତେବେଳେ ରେସ୍ତୋରାଁ ପକ୍ଷରୁ ବିଲ୍ ଦିଆଯାଇଥିଲା ସେତେବେଳେ ଅଭିଯୁକ୍ତମାନେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ଫଳରେ ବାଧ୍ୟହୋଇ ରେସ୍ତୋରାଁ ମାଲିକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବର୍ଣ୍ଣାଲ ମୁଖ୍ୟ କନଷ୍ଟେବଳ ଦର୍ଶନ ସିଂହ ପୁଲିସ ଟିମ୍ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଆସିବା ପରେ ମଧ୍ୟ ଅଭିଯୁକ୍ତମାନେ ଶାନ୍ତ ହୋଇନଥିଲେ।

Advertisment

ପୁଲିସ ବୁଝାସୁଝା କରୁଥିବା ସମୟରେ ଦର୍ଶନ ସିଂହଙ୍କୁ ଜୋରରେ ଧକ୍କା ଦେଇଥିଲେ ଅଭିଯୁକ୍ତ। ଫଳରେ ସେ ତଳେ ପଡି ଯାଇଥିଲେ ଏବଂ ଏକ କଂକ୍ରିଟରେ ତାଙ୍କ ମୁଣ୍ଡ ମାଡ ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ କନଷ୍ଟେବଳ ଦର୍ଶନଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତ ପୁଲିସଙ୍କ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି HDFC ବ୍ୟାଙ୍କ ମଧ୍ୟ ପୁଲିସ କଲ୍ୟାଣ ବିମା ଅଧୀନରେ ଏକ କୋଟି ଟଙ୍କା ପ୍ରଦାନ କରିଛି। 

Murder Crime MURDER CASE Punjab Cop Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe