Advertisment

ଫରେଷ୍ଟରଙ୍କ ଆତ୍ମହତ୍ୟାକୁ ନେଇ ଏମିତି କହିଲେ ପିସିସିଏଫ୍‌

ସେ କହିଛନ୍ତି, ଫରେଷ୍ଟରଙ୍କର ଅପ୍ରାକୃତିକ ମୃତ୍ୟୁ ହୋଇଛି। ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବାରୁ ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ଯଦି ପ୍ରାଥମିକ ତଦନ୍ତରେ ଅଫିସରଙ୍କ ସଂପୃକ୍ତି ନେଇ କିଛି ପ୍ରମାଣ ପାଏ, ତାହାହେଲେ ଆମେ ନିଶ୍ଚିତ ତଦନ୍ତ କରିବୁ।

author-image
Manoranjan Sial
Forest

Forest

ଭବାନୀପାଟଣା ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା କଲେ କାହିଁକି? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଗୁରୁବାର ସଞ୍ଜୟଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କୁ କାଠ ଗଢ଼ାକୁ ଟାଣିଥିଲେ। ଆଜି ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ।

Advertisment

ସେ କହିଛନ୍ତି, ଫରେଷ୍ଟରଙ୍କର ଅପ୍ରାକୃତିକ ମୃତ୍ୟୁ ହୋଇଛି। ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବାରୁ ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ଯଦି ପ୍ରାଥମିକ ତଦନ୍ତରେ ଅଫିସରଙ୍କ ସଂପୃକ୍ତି ନେଇ କିଛି ପ୍ରମାଣ ପାଏ, ତାହାହେଲେ ଆମେ ନିଶ୍ଚିତ ତଦନ୍ତ କରିବୁ। ଯଦି ଚାରା ଦୁର୍ନୀତି ହୋଇଥିବ, ତାହାହେଲେ ଆମ ପାଖରେ ଡକ୍ୟୁମେଣ୍ଟ ପ୍ରମାଣ ନିଶ୍ଚିତ ଥିବ। କାରଣ ବନ ବିଭାଗ ପାଖରେ ଏକ ସବିଶେଷ ଆକାଉଣ୍ଟିଂ ସିଷ୍ଟମ ରହିଛି। ଡବଲ ଏଣ୍ଟ୍ରି ସିଷ୍ଟମ ଅଛି। ତେଣୁ ଦୁର୍ନୀତି ହୋଇଥିଲେ, ନିଶ୍ଚୟ ଜଣାପଡ଼ିବ। ତଦନ୍ତ କଲେ ସବୁ ସ୍ପଷ୍ଟ ହୋଇଯିବ। ଏବେ ପୁଲିସର ପ୍ରାଥମିକ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୁଲିସର ପ୍ରାଥମିକ ରିପୋର୍ଟରୁ ଯଦି କିଛି ସନ୍ଦେହ କଲା ଭଳି ତଥ୍ୟ ମିଳିବ, ଆମେ ତଦନ୍ତ କରିବୁ। ଯଦି ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ କିଏ ସଂପୃକ୍ତ ଥିବା ନେଇ ତଦନ୍ତରୁ ଜଣାପଡ଼ିବ, ଦୋଷୀ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ସୂଚନାରୁ ପ୍ରକାଶ, ଦୁଇ ଦିନ ତଳେ ଫରେଷ୍ଟର ସଞ୍ଜୟ ନାୟକ ନିଜ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଆଉ ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ପୁଲିସ ମୃତଦେହ ଉଦ୍ଧାର କଲା ବେଳେ ସେହି ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ କଳାହାଣ୍ଡି ଏସପିଙ୍କ ଆଗରେ ସେହି ସୁଇସାଇଡ୍‌ ନୋଟ୍‌ ପଢ଼ିଥିଲେ ଟାଉନ ଥାନା ଆଇଆଇସି। ସଞ୍ଜୟଙ୍କ ବଡ଼ଭାଇ ରବି ନାରାୟଣ ନାୟକ କହିଛନ୍ତି, ସୁଇସାଇଡ୍‌ ନୋଟ୍‌ରେ ସଞ୍ଜୟ ଲେଖିଥିଲେ- ଡିଏଫଓ ବାରମ୍ବାର ପିସି ମାଗୁଥିଲେ। ଗତବର୍ଷ ୭ ଲକ୍ଷ ଓ ଗଣେଶ ପୂଜା ବେଳେ ସାଢ଼େ ୩ ଲକ୍ଷ ଦେଇଥିଲେ। ଡିଏଫଓଙ୍କ ଘରେ ଏସି ଲଗାଇବା ସହ ଟ୍ୟୁବୱେଲ ଖୋଳାଇଛନ୍ତି। ଗୋଟିଏ ମନ୍ଦିର ପାଇଁ ଦେଇଥିଲେ ୪୦ ହଜାର ଡୋନେସନ। ପ୍ରମୋସନ ରୋକିବା ଓ ଟ୍ରାନ୍ସଫର ଧମକ ଦେଇ ଡିଏଫଓ ପିସି ମାଗୁଥିବା ସୁଇସାଇଡ୍‌ ନୋଟରେ ସଞ୍ଜୟ ଉଲ୍ଲେଖ କରିଥିବା ଭାଇ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା।

Advertisment
Kalahandi Rayagada Odisha Forest Dept