Advertisment

କାଲି ଗଞ୍ଜେଇ ଗଛ କାଟୁଥିଲେ, ଆଜି ଗିରଫ ହେଲେ

ଗଞ୍ଜେଇ ଗଛ କଟାଯିବ ଜାଣିପାରି ହୋମ୍‌ଗରର୍ଡ ଶ୍ରୀ ମଲ୍ଲିକ ଚାଷୀଙ୍କ ପାଖକୁ ଫୋନ୍‌ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ସତ୍ୟଜିତ ମଲ୍ଲିକ ଗଞ୍ଜେଇ ଚାଷୀଙ୍କ ପାଖକୁ ଫୋନ୍‌ କରି ଧମକଚମକ ଦେଉଥିଲେ। ଟଙ୍କା ମାଗୁଥିଲେ।

Kandhamal

Kandhamal

Advertisment

ଗତକାଲି ଗଞ୍ଜେଇ ଗଛ କାଟୁଥିଲେ। ଆଜି ତାଙ୍କୁ ଗିରଫ କଲା ପୁଲିସ୍‌। ଏମିତି ଜଣେ କରିତକର୍ମା ହୋମ୍‌ଗାର୍ଡ଼ ହେଉଛନ୍ତି ସତ୍ୟଜିତ ମଲ୍ଲିକ। ଗଞ୍ଜେଇ ଚାଷୀଙ୍କୁ ଫୋନ୍‌ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ କନ୍ଧମାଳ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପରପଙ୍କା ଓ ଦୁଲୁଗାଁ ଅଞ୍ଚଳରେ ପ୍ରାୟ ୭୦ ଏକର ଜମିରେ ବେଆଇନ୍‌ ଭାବେ ଗଞ୍ଜେଇ ଚାଷ ହୋଇଥିଲା। ଏ ସମ୍ପର୍କରେ ଅବକାରୀ ବିଭାଗ ଜାଣିବା ପରେ ଗଞ୍ଜେଇ ଗଛ କାଟିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ପୁଲିସ୍‌, ବନ ବିଭାଗ ଓ ରାଜସ୍ୱ ବିଭାଗର ସହଯୋଗ ଲୋଡିଥିଲା। ଦାରିଙ୍ଗବାଡ଼ି ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିବା ସତ୍ୟଜିତ ମଲ୍ଲିକ ଏ ସମ୍ପର୍କରେ ଜାଣିପାରିଥିଲେ।

ଗଞ୍ଜେଇ ଗଛ କଟାଯିବ ଜାଣିପାରି ହୋମ୍‌ଗରର୍ଡ ଶ୍ରୀ ମଲ୍ଲିକ ଚାଷୀଙ୍କ ପାଖକୁ ଫୋନ୍‌ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ସତ୍ୟଜିତ ମଲ୍ଲିକ ଗଞ୍ଜେଇ ଚାଷୀଙ୍କ ପାଖକୁ ଫୋନ୍‌ କରି ଧମକଚମକ ଦେଉଥିଲେ। ଟଙ୍କା ମାଗୁଥିଲେ। ଟଙ୍କା ଦେଲେ ଗଞ୍ଜେଇ ଗଛ କଟାଯିବ ନାହିଁ ବୋଲି ଚାଷୀଙ୍କୁ ଫୋନ୍‌ରେ କହୁଥିଲେ। ଯାହାର ଅଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହି ଅଡିଓ ଆସି କନ୍ଧମାଳ ପୁଲିସ୍‌ ପାଖରେ ପହଞ୍ଚିଥିଲା। ଭାଇରାଲ୍‌ ହେଉଥିବା ଅଡିଓକୁ ଯାଞ୍ଚ କରୁଥିଲା ପୁଲିସ୍‌।

Advertisment

ସୌଭାଗ୍ୟକୁ ଗୁରୁବାର ଅବକାରୀ, ରାଜସ୍ୱ, ବନ ଓ ପୁଲିସ୍‌ ପକ୍ଷରୁ ପରପଙ୍କା ଓ ଦୁଲୁଗାଁରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପୁଲିସ୍‌ ଟିମ୍‌ ସହିତ ହୋମ୍‌ଗାର୍ଡ ସତ୍ୟଜିତ ମଲ୍ଲିକ ସାମିଲ୍‌ ହୋଇଥିଲେ। ଆଉ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟିଥିଲେ। ସତ୍ୟଜିତ ମଲ୍ଲିକ ନିଜେ ମେସିନ୍‌ ସାହାଯ୍ୟରେ ଗଞ୍ଜେଇ ଗଛ କାଟୁଥିବା ଦେଖିବାକୁ ମିଳିଥିଲା। ଆଜି ସେହି ମାମଲାରେ ପୁଲିସ୍‌ ପରପଙ୍କା ଗାଁର ମାନସ ପ୍ରଧାନ, ରାଜୁ ବେହେରା, ପ୍ରଫୁଲ୍ଲ କୁମାର ପ୍ରଧାନ, ଆଦିକନ୍ଦ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏମାନଙ୍କ ସହ ହୋମ୍‌ଗାର୍ଡ ସତ୍ୟଜିତ ମଲ୍ଲିକଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଅତିରିକ୍ତ ଏସ୍‌ପି ସ୍ନେହାଶିଷ ସାହୁ।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe