Advertisment

ବନ୍ଧୁକ ତିଆରି କରି ଜେଲ୍‌ ଗଲେ ଯୁବକ

ଜେଲରୁ ବାହାରିବା ପରେ ପୁଣି ଥରେ ଦେଶୀ ବନ୍ଧୁକ ତିଆରି କରୁଥିଲେ ମୁନିବର ମଲିକ। ଆଉ ଜିଲ୍ଲା ବାହାରକୁ ଚାଲାଣ କରୁଥିବା ରାଇକିଆ ଥାନା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ

Police

Police

Advertisment

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ ବନ୍ଧୁକ କାରଖାନା ଠାବ କରିଛି। ଏଥିସହ ବନ୍ଧୁକ ତିଆରି ଅଭିଯୋଗରେ କତିଙ୍ଗିଆ ପଞ୍ଚାୟତ ରିସିଗୁଡ଼ା ଗାଁର ମୁନିବର ମଲିକଙ୍କୁ ଗିରଫ କରିଛି। ତା’ ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ଗୁଳି ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ମୁନିବର ମଲିକ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲେ। ୨୦୧୯ ମସିହାରେ ବନ୍ଧୁକ ନିର୍ମାଣ କରିବା ଅଭିଯୋଗରେ ଜେଲ ଯାଇଥିଲେ।

Advertisment

ଜେଲରୁ ବାହାରିବା ପରେ ପୁଣି ଥରେ ଦେଶୀ ବନ୍ଧୁକ ତିଆରି କରୁଥିଲେ ମୁନିବର ମଲିକ। ଆଉ ଜିଲ୍ଲା ବାହାରକୁ ଚାଲାଣ କରୁଥିବା ରାଇକିଆ ଥାନା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ। ଏହା ପରେ ପୁଲିସ ତାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବନ୍ଧୁକ କାରଖାନା ଠାବ ହୋଇଥିଲା।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Crime Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe