ଗଞ୍ଜେଇ ଚାଷ ଓ ଚାଲାଣର ଭୂସ୍ୱର୍ଗ ପାଲଟିଛି କନ୍ଧମାଳ ଜିଲ୍ଲା। ଆଉ ସେହି ବେଆଇନ୍ ଗଞ୍ଜେଇ ଚାଷକୁ ରୋକିବା ଲାଗି କନ୍ଧମାଳ ପୁଲିସ ତରଫରୁ ଏବେ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି। ଆଜି ଦାରିଙ୍ଗବାଡି ଥାନା ପୁଲିସ୍ ଦୁଇ କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ଦେଇଛି।
ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ଘଞ୍ଚ ଜଙ୍ଗଲରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ସଦଳ ବଳେ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲା। ଗଞ୍ଜେଇ ଗଛ ଗୁଡ଼ିକୁ କାଟି ପକାଇଥିଲେ। ପରେ ସେହି ଗଞ୍ଜେଇ ଗଛକୁ ଜାଳି ଦେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ। ପୂର୍ବରୁ ବାଲିଗୁଡ଼ା, ଫିରିଙ୍ଗିଆ, ଗୋଛାପଡା, କ.ନୂଆଗାଁ ଆଦି ଥାନା ଅଞ୍ଚଳରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ହେଉଥିଲା। ଏବେ ଏହି ସବୁ ଥାନାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗଞ୍ଜେଇ ଚାଷ ଆରମ୍ଭ ହୋଇଛି। ଯାହାକି ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।
ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।