Advertisment

ଗାଈମାରି ବାଛନ୍ଦ ହେଲେ, ଫାଇନ ଦେଇ ଶୁଦ୍ଧି ହେଲେ, ମାମଲା ଥାନାରେ

ଏ ସଂପର୍କରେ ବଲାଙ୍ଗିର ସଦର ପୁଲିସ ଖବର ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
kangaroo court

kangaroo court

Advertisment

ଗାଁ ମଝିରେ ବସିଲା କଙ୍ଗାରୁ କୋର୍ଟ। ଅନ୍‌ ଦ ସ୍ପଟ୍‌ ଫଇସଲା, ଆଉ ସର୍ବସମ୍ମୁଖରେ ମିଳିଲା ଦୋଷୀଙ୍କୁ ଦଣ୍ଡ।। ଗୋ ହତ୍ୟା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତି ବେକରେ ପଘା ପକାଇ ଆମ୍ବେଦକରଙ୍କ ଫଟୋ ଚାରିପଟେ ବୁଲିଲେ। ପରେ ଏହି ୨ ବ୍ୟକ୍ତି ଗଣ୍ଡା ସମାଜର ସଭାପତିଙ୍କ ସମେତ ଗ୍ରାମବାସୀଙ୍କୁ କଲେ ସାଷ୍ଟାଙ୍ଗ ପ୍ରଣିପାତ। ଏହା ପରେ ଗଣ୍ଡା ସମାଜର ସଭାପତି ପାଣି ଛିଞ୍ଚି ସଂପୃକ୍ତ ୨ ବ୍ୟକ୍ତିଙ୍କୁ ଶୁଦ୍ଧି କଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗାଁରେ।

Advertisment

ଗାଁର ୨ ଜଣ ବ୍ୟକ୍ତି ଏକ ଗାଈକୁ ହତ୍ୟା କରିଥିଲେ। ଗ୍ରାମବାସୀ ଏହା ଜାଣିପାରି ସେମାନଙ୍କୁ ଗଣ୍ଡା ସମାଜରୁ ବାଛନ୍ଦ କରିଥିଲେ। ପରେ ଏହି ଘଟଣାକୁ ନେଇ ୨୭ ତାରିଖରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ। ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ତଥା ଗତ ଥରର ବିଧାନସଭା ନିର୍ବାଚନ ବେଳେ ଲୋଇସିଂହା ବିଧାନସଭାର କଂଗ୍ରେସ ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ବସିଥିଲା ଏହି କଙ୍ଗାରୁ କୋର୍ଟ। ଏହି କଙ୍ଗାରୁ କୋର୍ଟରେ ୨ ଜଣ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇଥିଲା।

ସେମାନଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଫାଇନ କରାଯିବା ସହ ସମାଜରେ ମିଶିବା ପାଇଁ ବେକରେ ପଘା ପକାଇ ଆମ୍ବେଦକରଙ୍କ ଫଟୋ ଚାରିପଟେ ବୁଲିବା ପାଇଁ କୁହାଯାଇଥିଲା। ପରେ ଦୁଇ ଜଣ ସମସ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ବେଳେ ଗଣ୍ଡା ସମାଜ ସଭାପତି ଓମ ପ୍ରକାଶ ସେମାନଙ୍କୁ ପାଣି ଛିଞ୍ଚି ଶୁଦ୍ଧି କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏ ସଂପର୍କରେ ବଲାଙ୍ଗିର ସଦର ପୁଲିସ ଖବର ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Advertisment

ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଓମ ପ୍ରକାଶ କୁମ୍ଭାର କହିଛନ୍ତି, ୨ ଜଣ ବ୍ୟକ୍ତି ଏକ ଗାଈକୁ ହତ୍ୟା କରିଥିଲେ। ଗ୍ରାମବାସୀ ଏହା ଦେଖିଥିଲେ। ସେମାନେ ସମାଜରେ ମିଶିବା ପାଇଁ ଗ୍ରାମବାସୀ ଏକ ବୈଠକ କରିଥିଲେ। ଏହି ବୈଠକକୁ ମୋତେ ମଧ୍ୟ ଡାକିଥିଲେ। ୨୭ ତାରିଖରେ ଏହି ବୈଠକ ହୋଇଥିଲା। ଆମ୍ବେଦକରଙ୍କ ଫଟୋରଖି ସମାଜ ନିକଟରେ ମୁଣ୍ଡିଆ ମାରିବା ସହ ସେମାନଙ୍କ ଉପରେ ଗଙ୍ଗାଜଳ ଛିଞ୍ଚନ କରି ତାଙ୍କୁ ପବିତ୍ର କରାଯିବ ବୋଲି ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତାହା ହିଁ କରାଯାଇଥିଲା। 

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe