Brutally beating young men
ବିଚ୍ ରାସ୍ତାରେ ବସିଲା କଙ୍ଗାରୁ କୋର୍ଟ। ଯୁବକଙ୍କୁ ଅର୍ଦ୍ଧ ନଗ୍ନ କରି ନିର୍ଧୁମ ମାଡ଼ ମାରିଲେ। କେବଳ ସେତିକି ନୁହେଁ ଲଣ୍ଡା ମଧ୍ୟ କରିଦେଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଗାଦବାଗୁଡା ଗାଁର ମହାଦେବ ହରିଜନ। ୬ମାସ ତଳେ କେରଳରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। ତେବେ ଗତ ୩ମାସ ତଳେ ଏକ Wrong Numberରୁ ତାଙ୍କ ପାଖକୁ କଲ୍ ଆସିଥିଲା। ଏହି ଫୋନ୍ କଲ୍ଟି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଭରଣ୍ଡୀ ଗାଁର ରାଏମତି ଚାଲାଣଙ୍କ ଠାରୁ ଆସିଥିଲା। ପରେ ମହାଦେବ ସେଇ ନମ୍ବରରେ ରାଏମତି ସହ ପ୍ରତିଦିନ କଥାବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ। ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ଏନେଇ ପ୍ରେମିକା ରାଏମତିଙ୍କ ଭିଣୋଇ ଜାଣିଲା ପରେ ଚକ୍ରାନ୍ତ କରି ଉକ୍ତ ନମ୍ବରରୁ ମେସେଜ କରି ମହାଦେବଙ୍କୁ କୋଟପାଡ଼ ଆସିବାକୁ ଡାକିଥିଲା। ପରେ ମହାଦେବ ଗତ ୭ ତାରିଖ ସକାଳେ କୋଟପାଡ଼ରେ ପହଞ୍ଚିଥିଲେ। ସେ ବାଇକରେ ରାଏମତିଙ୍କୁ ବସାଇ ହର୍ଦଳି ଗାଁ ଆଡକୁ ଯାଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପ୍ରେମିକାର ଭିଣୋଇଙ୍କ ସହ ୫ରୁ ୬ ଜଣ ସେମାନଙ୍କୁ ହର୍ଦଳି - ଘୁମର ରାସ୍ତାର କେନ୍ଦୁଗୁଡା ଛକ ନିକଟରେ ଅଟକାଇଥିଲେ।
ଝିଅକୁ ଅପହରଣ କରି ନେଇଯାଉଥିବା ଅଭିଯୋଗରେ ପ୍ରେମିକକୁ ପ୍ରେମିକା ସାମ୍ନାରେ ହିଁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ସହ ଲଣ୍ଡା କରି ଦେଇଥିଲେ। କେବଳ ସେତିକି ନୁହେଁ ମହାଦେବଙ୍କ ଆଖିର ଭୃଲତା ମଧ୍ୟ ଚାଞ୍ଛି ଦେଇଥିଲେ। ଏଥିସହ ତାଙ୍କର ମୋବାଇଲ, ପର୍ସ ଛଡାଇ ନେଇଯାଇଥିଲେ l ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଏଭଳି ଘଟଣା ଘଟିଥିଲେ ମଧ୍ୟ କେହି କିଛି ପ୍ରତିବାଦ କରିନଥିଲେ ବରଂ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ। ଏହି ଘଟଣାର ପୂରା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପଟେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ଏନେଇ ପୁଲିସ ପାଖରେ ବର୍ତ୍ତମାନ ସୁଦ୍ଧା ଖବର ନଥିବା ସୂଚନା ମିଳିଛି l ସେପଟେ ଉଭୟ ପକ୍ଷ ଏହି ମାମଲାକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମଧ୍ୟ ମନା କରି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1699598858.jpg)