Advertisment

ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ, ଜୋତା ମାଳ ପକାଇଲେ ନାବାଳିକା

ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।

author-image
Manoranjan Sial
Crime

Crime

ଗାଁ ରାସ୍ତାରେ ଅସଦାଚରଣ କରିଥିଲେ ବୋଲି ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ ଓ ବେକରେ ଜୋତା ମାଳ ପକାଇଲେ ପୀଡ଼ିତା ନାବାଳିକା। ତା’ପରେ ଅଭିଯୁକ୍ତଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ। ଏପରି କଙ୍ଗାରୁ କୋର୍ଟ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗାଁରେ ବସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ସୋମବାର ଅପରାହ୍ନ ୫ଟା ସମୟରେ ଆକୁଳ ଗାଁ ମୁଣ୍ଡା ସାହିର ଜଣେ ନାବାଳିକା ଶୌଚ ପାଇଁ ଯାଇଥିଲେ। ତାଙ୍କୁ ଏକୁଟିଆ ପାଇ ସେହି ଗାଁର ପ୍ରଶାନ୍ତ ନାୟକ ଅସଦାଚରଣ କରିଥିଲେ। ସେହି ସମୟରେ ନାବାଳିକା ଜଣଙ୍କ ପାଟି କରିବାରୁ ନିକଟରେ ଫୁଟବଲ୍‌ ଖେଳୁଥିବା କିଛି ଯୁବକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ମଙ୍ଗଳବାର ନାବାଳିକାଙ୍କ ପରିବାର ଓ ମୁଣ୍ଡା ସାହି ଲୋକମାନେ ପ୍ରଶାନ୍ତଙ୍କ ଘରେ ପହଞ୍ଚି ଥିଲେ। ତାକୁ ଗାଁ ଦାଣ୍ଡକୁ ନେଇ ଯାଇଥିଲେ।

ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ। ଦୀର୍ଘ ୪ ଘଣ୍ଟା ଧରି ଶୋଭାଯାତ୍ରା କରି ଗାଁ ବୁଲାଇଥିଲେ। ଏ ସମ୍ପର୍କରେ ଖବର ପାଇଁ ଗାଁରେ ପହଞ୍ଚିଥିଲା ପୁଲିସ। ଗାଁ ଲୋକଙ୍କ କବଳରୁ ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିଲା।

Advertisment

ପରବର୍ତ୍ତୀ ସମୟରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ଏନେଇ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ୫ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ନାବାଳିକା ପକ୍ଷରୁ ଅସଦାଚରଣ ନେଇ ଥାନାରେ କୌଣସି ମାମଲା ହୋଇନାହିଁ।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Crime Kendujhar