Advertisment

ଅଣ୍ଡା ପାଇଁ ଅଙ୍ଗନୱାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ପିଟିଲେ ମହିଳା

ମହାପଦା ଗାଁର ଅଙ୍ଗନୱାଡି କର୍ମୀ ହେଉଛନ୍ତି ଉର୍ମିଳା ସାମଲ। ସେ ଛୋଟ ଛୁଅଙ୍କୁ ନିୟମିତ ଅଣ୍ଡା ଦେଉନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଗାଁର ମହିଳାମାନେ ତାତିକି ଥିଲେ। ଗତ ୧୯ ଡାରିଖରେ ଉର୍ମିଳା ଅଙ୍ଗନୱାଡି କେନ୍ଦ୍ର ଅଫିସ୍‌ କାମ କରୁଥିଲେ।

Balasore

Balasore

Advertisment

ଅଣ୍ଡା ପାଇଁ ଅଙ୍ଗନୱାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ପିଟିଲେ ମହିଳା। ଏହି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି।

Advertisment

ମହାପଦା ଗାଁର ଅଙ୍ଗନୱାଡି କର୍ମୀ ହେଉଛନ୍ତି ଉର୍ମିଳା ସାମଲ। ସେ ଛୋଟ ଛୁଅଙ୍କୁ ନିୟମିତ ଅଣ୍ଡା ଦେଉନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଗାଁର ମହିଳାମାନେ ତାତିକି ଥିଲେ। ଗତ ୧୯ ଡାରିଖରେ ଉର୍ମିଳା ଅଙ୍ଗନୱାଡି କେନ୍ଦ୍ର ଅଫିସ୍‌ କାମ କରୁଥିଲେ। ଠିକ୍‌ ସେହି ସମୟରେ ଗାଁ କିଛି ମହିଳା ଅଙ୍ଗନୱାଡି କେନ୍ଦ୍ରରେ ପଶି ଉର୍ମିଳାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେଇଥିଲେ। ଉର୍ମିଳା ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ। ତା’ପରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଉର୍ମିଳା ଚିତ୍କାର କରୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ଆସିନଥିଲେ। ବରଂ ମଜା ଉଠାଇବା ପାଇଁ କିଛି ମହିଳା ମାଡ଼ ମାରା ଦୃଶ୍ୟର ଭିଡିଓ ରେକଡିଂ କରିଥିବା ଦେଖିବାକୁ ମିଳିଛି।

ଖବର ପାଇ ମହାପଦା ଗାଁରେ ପହଞ୍ଚିଥିଲେ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନୱାଡ଼ି କର୍ମୀ। ମହିଳାଙ୍କୁ ବୁଝାସୁଝା କରିବା ପରେ ଉର୍ମିଳାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ହେଲେ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe