Advertisment

ଅଙ୍ଗନୱାଡି କର୍ମୀଙ୍କ କୋହ; କହିଲେ- ନିଆଁପାଣି ବାସନ୍ଦ କଲା କଙ୍ଗାରୁ କୋର୍ଟ, ଶୁଣୁନି ପୁଲିସ୍‌

କଙ୍ଗାରୁ କୋର୍ଟ ନିଷ୍ପତ୍ତି ଜଣେ ଅଙ୍ଗନୱାଡି କର୍ମୀଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ନା ପୁଲିସ୍‌ ଧରାଛୁଆଁ ଦେଉଛି ନା ଅଭିଯୁକ୍ତଙ୍କୁ ତାଗିଦ କରୁଛି।

Rojaline

Rojaline

Advertisment

ଆଇନ ବ୍ୟବସ୍ଥା ଥାଇ ବି ମୁଣ୍ଡ ଟେକୁଛି କଙ୍ଗାରୁ କୋର୍ଟ ଦେଖାଉଛି । କୋର୍ଟ, ପୁଲିସ୍‌ ପରିବର୍ତ୍ତେ ମାମଲା ଶୁଣାଣି କରି ଦଣ୍ଡବିଧାନ କରୁଛି କଙ୍ଗାରୁ କୋର୍ଟ। ନିଷ୍ପତ୍ତି ନ ମାନିଲେ ନିଆଁପାଣି ବାସନ୍ଦ ସହ ପ୍ରବଳ ଆର୍ଥିକ ଦଣ୍ଡରେ ଦଣ୍ଡିତ କରୁଛି। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଜଣେ ଅଙ୍ଗନୱାଡି କର୍ମୀଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ନା ପୁଲିସ୍‌ ଧରାଛୁଆଁ ଦେଉଛି ନା ଅଭିଯୁକ୍ତଙ୍କୁ ତାଗିଦ କରୁଛି। ଫଳରେ ଜୀବନ ବଞ୍ଚିବା କଷ୍ଟକର ହୋଇ ପଡ଼ୁଥିବା ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ବଡ଼ବାରଣା ଗାଁର ଅଙ୍ଗନବାଡ଼ି କର୍ମୀ ରୋଜାଲିନ୍ ମହାନ୍ତି ।

Advertisment

ରୋଜାଲିନଙ୍କ କହିବାନୁଯାୟୀ, ଶାଶୁଶ୍ୱଶୁରଙ୍କ ସହ ଗତ ଡିସେମ୍ବର ମାସରେ ହୋଇଥିବା ତାଙ୍କ ପାରିବାରିକ ଝଗଡ଼ା ଝଗଡ଼ା ଗାଁ ସଭାକୁ ଯାଇଥିଲା। ସମାଧାନ କରିବା ପରିବର୍ତ୍ତେ ଗାଁ ସଭା ପାଲଟିଗଲା କଙ୍ଗାରୁ କୋର୍ଟ। ଏହି ମାମଲାର ଶୁଣାଣି କରି ଗାଁ ମୁଖିଆ ରୋଜାଲିନ ଓ ତାଙ୍କ ସ୍ୱାମୀଙ୍କୁ ନିଆଁ ପାଣି ବାସନ୍ଦ କରିଛନ୍ତି। ଗାଁରେ ଯିଏ ରୋଜାଲିନଙ୍କ ପରିବାର ସହ କଥା ହେବେ, ତାକୁ ୫୦ ହଜାର ଟଙ୍କା ଜୋରିମାନା ଦେବେ ବୋଲି ଘୋଷଣା କରାଯାଇଛି l ଫଳରେ ଗାଁରେ ରହିବା କାଠିକର ପାଠ ହେବାରୁ ଏବେ ସେ ସ୍ୱାମୀ ଓ ଛୋଟ ଛୁଆ ସହ ଗାଁ ବାହାରେ ଭଡ଼ାରେ ରହୁଛନ୍ତି।

କଥା ଏତିକିରେ ସରୁନି , ଗ୍ରାମବାସୀ ରୋଜାଲିନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ପରିଚାଳନାରେ ସମସ୍ୟା ସୃଷ୍ଟି କରିବା ସହ ଚାକିରି ଛାଡିବାକୁ ବାଧ୍ୟ କରୁଥିବା ବି ସେ ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମବାସୀ ନିଜ ପିଲାଙ୍କୁ କେନ୍ଦ୍ରକୁ ଛାଡ଼ୁ ନ ଥିବା ବେଳେ କୌଣସି ଜିନିଷ ବି ନେଉ ନାହାନ୍ତି।

Advertisment

ମାସେରୁ ଅଧିକ ସମୟ ହେଲାଣି, ଏନେଇ ନୂଆଗାଁ ଥାନାରେ ବାରମ୍ବା ଅଭିଯୋଗ କରିବା ସତ୍ତ୍ୱେ ପୁଲିସ କୌଣସି ପଦକ୍ଷେପ ନେଉନଥିବା ରୋଜାଲିନି ଓ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

ଦୀର୍ଘ ଦିନ ହେଲା ଗ୍ରାମବାସୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ପଡ଼ିଥିବା ରୋଜାଲିନି କହିଛନ୍ତି, ଥରେ ମୁଁ କେନ୍ଦ୍ରରେ ମୋ ଛୁଆ ସହ ଥିବା ବେଳେ ୯ ଜଣ ପହଞ୍ଚି ମୋତା ମାରପିଟ କରିଥିଲେ। ଜୀବନ ବିକଳରେ ଅଟୋ କରି ନୂଆଗାଁ ଥାନାରେ ପହଞ୍ଚି ଅଭିଯୋଗ କରିଥିଲି। ହେଲେ ପୁଲିସ୍‌ କିଛି ଶୁଣିଲାନି। ମୋତେ ହତ୍ୟା ଧମକ ମିଳିଛି। ମୋ ଛୁଆକୁ ବିଷ ଦେଇ ମାରିଦେବାକୁ ସହାୟିକା ଧମକ ଦେଇଛନ୍ତି। ଏନେଇ ମୁଁ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରିଛି । ମାତ୍ର କେହି ଶୁଣୁ ନାହାନ୍ତି।

ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ବି ନ୍ୟାୟ ମିଳୁ ନ ଥିବାରୁ ଆମେ ଖୁବ୍‌ ଅସହାୟ ହୋଇ ପଡ଼ିଲୁଣି ବୋଲି କୋହଭରା କଣ୍ଠରେ କହିଛନ୍ତି ରୋଜାଲିନି।

Kangaroo Court Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe