Advertisment

ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।

ଅଦ୍ୟତନ ହୋଇଛି
Kanpur couple romancing on moving bike

Kanpur couple romancing on moving bike

Advertisment

ପ୍ରେମ କରିବା କୌଣସି ଅପରାଧ ନୁହେଁ। କିନ୍ତୁ ପ୍ରେମ ପାଇଁ ନିଜର ଓ ନିଜ ପାର୍ଟନରଙ୍କ ଜୀବନକୁ ଅସୁବିଧାରେ ପକାଇବା ବୋଧହୁଏ ବୋକାମୀର ପରିଚୟ ହୋଇପାରେ। ଏଭଳି କିଛି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଜଣେ ଯୁବକ ଓ ତାଙ୍କ ବାନ୍ଧବୀ ଚଳନ୍ତା ବାଇକରେ ରୋମାନ୍ସ କରୁଥିବା ଭିଡିଓ ଭାଇରାଲ୍ ହେବାପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ।

Advertisment

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କୁ କୋଳରେ ଉଠାଇ ତାଙ୍କ ବାଇକ୍ ଆଡ଼କୁ ଆସୁଛନ୍ତି। ଏହାପରେ ତାଙ୍କ ବାନ୍ଧବୀଙ୍କୁ ବାଇକର ତେଲ ଟାଙ୍କି ଉପରେ ବସାଇ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି। ବାନ୍ଧବୀ ଜଣକ ଗାଡ଼ି ଚାଲୁଥିବା ସମୟରେ ବି ଟାଙ୍କି ଉପରେ ପଛଆଡ଼କୁ ମୁହଁ କରି ବସିଥିବା ଭିଡିଓରେ ଦେଖିବାକୁ ମିଳୁଛି। ପୁଲିସ କହିବା ଅନୁସାରେ ଏହି ଘଟଣା କାନପୁର ଗଙ୍ଗା ବ୍ୟାରେଜ ଅଞ୍ଚଳର।

ଏହି ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଜଣେ ଏକ୍ସ ବ୍ୟବହାରକାରୀ ଏହାକୁ ପୋଷ୍ଟ କରିବା ସହ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ କାନପୁର ପୁଲିସ ତୁରନ୍ତ ରିପ୍ଲାଇ ଦେଇ ଏହି ମାମଲାରେ ଅବଗତ ଥିବା ଲେଖିଛି। ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅଭିଯୁକ୍ତ ଯୁବକ ଜଣକ କାନପୁରର ଆୱାସ ବିକାଶ ଅଞ୍ଚଳରେ ରୁହେ। ପୂର୍ବରୁ ସେ ଟ୍ରାଫିକ ନିୟମ ଭାଙ୍ଗି ଅତିକମରେ ୧୦ ଥର ଜରିମାନା ଦେଇଛି।

Advertisment

Viral Reels Kanpur Couple Video Viral Romance On Moving Bike Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe