Advertisment

ଯିଏ ଘରେ କାମ କରୁଥିଲେ, ସିଏ କଳାକନା ବୁଲାଇଲେ

ଅନିଲ୍‌ଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ଚାକର ରାମ ମହାନନ୍ଦଙ୍କ ଉପରେ ଯାଇଥିଲା।

author-image
Manoranjan Sial
Balangir

Balangir

ଯିଏ ଘରେ କାମ କରୁଥିଲେ, ସିଏ କଳାକନା ବୁଲାଇଲେ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ୍‌।

Advertisment

କଣ୍ଟାବାଞ୍ଜି-ବେଳପଡା ରାସ୍ତାରେ ଥିବା ଅନିଲ ଅଗ୍ରୱାଲଙ୍କ ଘରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ ସିପକାପଡ଼ା ଗାଁର ରାମ ମହାନନ୍ଦ। ଗତ ୩ ତାରିଖରେ ଅନିଲ ନିଜ ଝିଅର ପିନ୍ଧାନୀ କରିବା ପାଇଁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅନିଲଙ୍କ ଘରେ କଳା କନା ବୁଲାଇ ଦେଇଥିଲେ ରାମ। ଘରେ ଥିବା ସବୁ ଟଙ୍କା, ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲା। ଏନେଇ ଅନିଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅନିଲ୍‌ଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ଚାକର ରାମ ମହାନନ୍ଦଙ୍କ ଉପରେ ଯାଇଥିଲା। ପୁଲିସ୍‌ ତାଙ୍କୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ରାମ ଦୋଷ ସ୍ୱୀକାର କରିଥିଲେ। ତା’ପରେ ପୁଲିସ୍‌ ତାଙ୍କୁ ଗିରଫ କରିବା ସହିତ ନଗଦ ୮୧୦୦୦ ଟଙ୍କା ଓ ଚୋରି ହୋଇଥିବା କିଛି ସୁନା ଅଳଙ୍କାର ଜବତ କରିଥିଲା। କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗଚରଣ ସାହୁ ଏନେଇ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime