Advertisment

କଣ୍ଟାମାଳ ବ୍ଳକ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଏକ ସ୍କୁଲ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କୁ ନିଲମ୍ବନ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Lalita Majhi

Lalita Majhi

ଏକ ସ୍କୁଲ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତାଙ୍କୁ ନିଲମ୍ବନ କରିଛନ୍ତି। ଗୁଲଗୁଲାପଦର ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ତଥା ସଠିକ୍ ଭାବେ ତଦାରଖ ନ କରିବା ଆଧାରରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ଅବଧି ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କୁ ବୌଦ୍ଧ ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

କଣ୍ଟାମାଳ ବ୍ଲକ୍ ଗୁଲୁଗୁଲାପଦର ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କର ସଂପୃକ୍ତି ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ କରିବାକୁ ଜିଲ୍ଲାପାଳ ଏକ କମିଟି ଗଠନ କରିଥିଲେ। କମିଟି ରିପୋର୍ଟ ଦେବା ପରେ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ବୌଦ୍ଧରୁ ଦୀପକ ଅଦରଙ୍କ ରିପୋର୍ଟ

Corrupt Govt Officials Corrupt Engineer Corrupt Officer