Advertisment

ରେଣୁକାସ୍ୱାମୀ ହତ୍ୟା ମାମଲା: ଅଭିନେତା ଦର୍ଶନ ଓ ବାନ୍ଧବୀଙ୍କୁ ମିଳିଲା ଜାମିନ

କନ୍ନଡ ଅଭିନେତା ଦର୍ଶନ ଓ ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କ ସହିତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ଦର୍ଶନ ବାହାରେ ଅଛନ୍ତି।

Darshan Thoogudeepa and Pavithra Gowda (File Photo)

Darshan Thoogudeepa and Pavithra Gowda (File Photo)

Advertisment

କନ୍ନଡ ସିନେମା ସୁପରଷ୍ଟାର ଦର୍ଶନ ତୁଗୁଦୀପଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହାଇପ୍ରୋଫାଇଲ୍ ରେଣୁକାସ୍ୱାମୀ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦର୍ଶନ ଓ ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ବି ବେଲ୍ ମିଳିଥିବାବେଳେ ଡିସେମ୍ବର ୧୬ ତାରିଖରେ ସମସ୍ତେ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ଦର୍ଶନ ବେଲରେ ବାହାରେ ଅଛନ୍ତି।

Advertisment

ହାଇକୋର୍ଟ ଦେଇଥିବା ଜାମିନ ସର୍ତ୍ତାବଳୀ ଅନୁଯାୟୀ, ଅଭିଯୁକ୍ତମାନେ କୋର୍ଟରେ ଏହି ମାମଲା ଶୁଣାଣି ତାରିଖଗୁଡ଼ିକରେ ଉପସ୍ଥିତ ରହିବେ ଏବଂ ସାକ୍ଷୀମାନଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ ବା ସେମାନଙ୍କୁ ଭୟଭୀତ କରିପାରିବେ ନାହିଁ। ପୂର୍ବରୁ ଜେଲରେ ଥିବା ଦର୍ଶନ ସ୍ପାଇନ ଜନିତ ସମସ୍ୟାରେ ପଡ଼ିଥିଲେ। ଏହାର ଅପରେସନ ଜରୁରୀ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ। ଯାହାକୁ ନେଇ ସମସ୍ତ ମେଡିକାଲ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ହାଇକୋର୍ଟ ଅକ୍ଟୋବର ୩୦ରେ ଜାମିନ ମଞ୍ଜୁର କରିଥିଲେ। ଦର୍ଶନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୋର୍ଟକୁ ନିୟମିତ ଅବଗତ କରାଯିବ ବୋଲି କୋର୍ଟ ସର୍ତ୍ତ ରଖି ଜାମିନ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ, ୩୩ ବର୍ଷୀୟ ଜଣେ ପ୍ରଶସଂକ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ କରାଯାଇଥିବା ହତ୍ୟା ପଛରେ ଅଭିନେତା ଦର୍ଶନଙ୍କ ହାତ ଥିବା ଜଣାପଡ଼ିଥିଲା। ଏହି ମାମଲାରେ ତାଙ୍କୁ ଜୁନ ୧୧ରେ ଗିରଫ କରାଯାଇଥିଲା। ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ମୃତ ରେଣୁକାସ୍ୱାମୀ ସୋଶାଲ ମିଡିଆରେ ଆପତ୍ତି ଜନକ ମେସେଜ କରିଥିଲେ। ଯାହାର ପ୍ରତିଶୋଧ ନେବାକୁ ଦର୍ଶନ ସୁପାରି ଦେଇ ରେଣୁକାସ୍ୱାମୀଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟାକାଣ୍ଡରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଛି।

Advertisment
Darshan Thoogudeepa Renukaswami Murder Case Crime Pavithra Gowda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe