Advertisment

ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ, ନିଶା ଦେଇ କଲେ ଦୁଷ୍କର୍ମ

ଇନଷ୍ଟାଗ୍ରାମରୁ ବନ୍ଧୁ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି।

author-image
Debibandita Barick
Woman

Woman

ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଏକ ସମାନ ଘଟଣା ଘଟିଛି। ଇନଷ୍ଟାଗ୍ରାମରୁ ବନ୍ଧୁ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦେଖା କରିବା ଆଳରେ ଯୁବକ ଜଣତ ତାଙ୍କୁ ଅପହରଣ ପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, କର୍ଣ୍ଣାଟକର ଜଣେ ମହିଳା ଇନଷ୍ଟାଗ୍ରାମ ଜରିଆରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ ପରେ ଉଭୟ ଏକ ସ୍ଥାନରେ ଭେଟିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ମହିଳା ଜଣକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ।

ଏହାପରେ ଅଭିଯୁକ୍ତ ଏବଂ ତାଙ୍କର ଜଣେ ବନ୍ଧୁ ମହିଳାଙ୍କୁ ସେଠାରୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ବିଅରରେ ନିଶା ମିଶାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି। ଏପରିକି ନିଶା ହେବା ପରେ ତାଙ୍କ ସହ ଅସଦାଚରଣ କରା ଯାଇଥିବା ପୁଲିସ କହିଛି।

Advertisment

ଅଭିଯୁକ୍ତମାନେ ମହିଳାଙ୍କୁ ଯେତେବେଳେ କାରରେ ତାଙ୍କ ଘର ପାଖରେ ଛାଡିଥିଲେ, କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ସନ୍ଦେହ କରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ମହିଳାଙ୍କୁ ଡାକ୍ତରଖାନାକୁ ପଠାଇଛି।

ସେପଟେ ମହିଳାଙ୍କ ପରିବାର ଲୋକେ ଗଣଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ପୁଲିସ କହିଛନ୍ତି ଯେ, ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଏବଂ ବୟାନ ଆଧାରରେ ଅଧିକ ତଦନ୍ତ କରାଯିବ।

ନିକଟରେ ମହାରାଷ୍ଟ୍ରରେ ଏହିପରି ଏକ ସମାନ ଘଟଣା ଘଟିଥିଲା। ଜଣେ 14 ବର୍ଷର ନାବାଳିକା ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିବା ଜଣେ ଯୁବକଙ୍କୁ ଭେଟିବାକୁ ଯାଇ ଥିବାବେଳେ ତାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ହୋଇଥିଲା।  

Crime Kidnap Rape Karnataka Rape Case