ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ବର୍ଷ ଧରି ନିଜକୁ ଡାକ୍ତର ସଜେଇ ରହୁଥିଲା ସଇଦ ଈଶାନ ବୁଖାରୀ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହାତରେ ଧରାପଡ଼ିଛି। ଏସ୍ଟିଏଫ୍ ତାକୁ ଗିରଫ କରି ତା’ର ଜନ୍ମକୁଣ୍ଡଳି ଘାଣ୍ଟୁଛି। ସେପଟେ ବାହାର ରାଜ୍ୟରୁ ଆସିଥିବା ବୁଖାରୀର କଥାବାର୍ତ୍ତା, ଚାଲିଚଳନକୁ ନେଇ ସନ୍ଦେହ କରିଥିଲେ ଧର୍ମଶାଳାର ସାମ୍ବାଦିକ ଦିଲଦାର ଚାନ୍ଦ। ଯାହାକୁ ନେଇ ସେ ଥାନାରେ ଜଣାଇଥିଲେ। ହେଲେ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ ଓଲଟା ବୁଖାରୀର ସ୍ତ୍ରୀର ଅଭିଯୋଗରେ ସାମ୍ବାଦିକଙ୍କୁ ଆଣି ଥାନାରେ ବସାଇ ଦେଇଥିଲେ। ସେହିଭଳି ଆଜିଠୁ ୫ ଦିନିଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଇଶାନ ବୁଖାରୀ । ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍ନାପ କରି ନେଇ ନିର୍ଧୂମ ଛେଚିଲେ
ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।
Crime
ଦୋକାନ ଖୋଲି ପାଣି ପାଇଁ ଯାଇଥିଲେ; ଲୁଟିନେଲେ ସୁନା ଅଳଙ୍କାର
ଆଜି ସକାଳେ ସୁନା ଦୋକାନୀ ଜଣଙ୍କ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିଲେ।
Crime
ସାଙ୍ଗ ଦେଲା ବିଶ୍ୱାସରେ ବିଷ, ରାତି ଅଧରେ ମୁଣ୍ଡକୁ ଛେଚିଦେଲା
ସାଙ୍ଗ ଦେଲା ବିଶ୍ୱାସରେ ବିଷ। ରାତି ଅଧରେ ଘଟାଇଲା ନାରକୀୟ କାଣ୍ଡ। ସାଜିଲା ଘାତକ, ନେଇଗଲା ଜୀବନ ।
Crime
ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।
Crime
ଲୁଟିଲେ; ବ୍ୟାଙ୍କ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଲେ
ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇ ହୋଇପଡ଼ିଛି।