Advertisment

ବୁଖାରୀ କଥା ପୂର୍ବରୁ ଜାଣିଥିଲା ପୁଲିସ !

ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ବର୍ଷ ଧରି ନିଜକୁ ଡାକ୍ତର ସଜେଇ ରହୁଥିଲା ସଇଦ ଈଶାନ ବୁଖାରୀ।

ଅଦ୍ୟତନ ହୋଇଛି
Advertisment

ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ବର୍ଷ ଧରି ନିଜକୁ ଡାକ୍ତର ସଜେଇ ରହୁଥିଲା ସଇଦ ଈଶାନ ବୁଖାରୀ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛି। ଏସ୍‌ଟିଏଫ୍‌ ତାକୁ ଗିରଫ କରି ତା’ର ଜନ୍ମକୁଣ୍ଡଳି ଘାଣ୍ଟୁଛି। ସେପଟେ ବାହାର ରାଜ୍ୟରୁ ଆସିଥିବା ବୁଖାରୀର କଥାବାର୍ତ୍ତା, ଚାଲିଚଳନକୁ ନେଇ ସନ୍ଦେହ କରିଥିଲେ ଧର୍ମଶାଳାର ସାମ୍ବାଦିକ ଦିଲଦାର ଚାନ୍ଦ। ଯାହାକୁ ନେଇ ସେ ଥାନାରେ ଜଣାଇଥିଲେ। ହେଲେ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ ଓଲଟା ବୁଖାରୀର ସ୍ତ୍ରୀର ଅଭିଯୋଗରେ ସାମ୍ବାଦିକଙ୍କୁ ଆଣି ଥାନାରେ ବସାଇ ଦେଇଥିଲେ। ସେହିଭଳି ଆଜିଠୁ ୫ ଦିନିଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଇଶାନ ବୁଖାରୀ । ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି ।

Advertisment
Terrorist Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe