Advertisment

STF କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କୀ, ଯାଜପୁରରୁ ଧରା ପଡ଼ିଲା

ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ। ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି।

author-image
Niharika Rout
Terrorist

Terrorist

କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ। ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ। ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି।

Advertisment

ଗିରଫ ଯୁବକର ନାଁ ସଇଦ  ଇଶାନ ବୁଖାରୀ ଓ ତା’ଘର ଖୁପୱାଡାରେ । ଛଦ୍ମ ପରିଚୟରେ ୨୦୧୮ରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ। ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ମଧ୍ୟ ସେ ଯୁବତୀଙ୍କ ସହ ସଂପର୍କ ରଖିଥିଲା ।

STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ IG। ଏନେଇ ସେ କହିଲେ, ବୁଖାରୀ ବହୁତ ବଡ଼ ଠକ ଥିଲା, ତା’ର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବୁ । 'କଶ୍ମୀର ଓ ପଞ୍ଜାବ ପୁଲିସ ସହ ବି ଯୋଗାଯୋଗରେ ଅଛୁ । ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି କହୁଥିଲା ।୬/୭ ବିବାହ କରିଥିବା ସୂଚନା ମିଳିଛି, ଅଧିକ ବି କରି ଥାଇପାରେ।

Advertisment

ସନ୍ଦିଗ୍ଧ ଯୁବକ ନିକଟରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି। ଜବତ ଡକ୍ୟୁମେଣ୍ଟ ମଧ୍ୟରେ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ ରହିଛି।

ଇଶାନ ବୁଖାରୀ କଶ୍ମୀର ବାସିନ୍ଦା ହୋଇଥିବା ବେଳେ ସେଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିଲେ। ଏହାପରେ ଗିରଫଦାରୀ ଭୟରେ ସେଠାରୁ ଫେରାର ହୋଇ ସେ ଗତ ୫ ବର୍ଷ ହେବ ଓଡ଼ିଶାରେ ରହୁଥିଲେ। ବୋଲି ବରିଷ୍ଠ କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି।

ଏଥିସହ ଇଶାନ ବୁଖାରୀ କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିଲା । ଠକେଇ ମାମଲାରେ କଶ୍ମୀର ପୁଲିସର ୱାଣ୍ଟେଡ୍‌ ତାଲିକାରେ ଥିଲା । ତା’ ବିରୋଧରେ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ କଶ୍ମୀର ଓ ପଞ୍ଜାବ ପୁଲିସ୍‌ ସହ ଜାତୀୟ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗରେ ଥିବା ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି।

Jajpur Terrorist Arrest