Advertisment

'ମୋ ସ୍ବାମୀ ହିଁ ବୁଖାରୀକୁ ପ୍ରଥମେ ସନ୍ଦେହ କରିଥିଲେ'

2018 ମସିହାରେ ବୁଖାରୀର କଥାବାର୍ତ୍ତା ଓ ଚାଲିଚଳନକୁ ନେଇ ସନ୍ଦେହ କରିଥିଲେ ଧର୍ମଶାଳାର ସାମ୍ବାଦିକ ସେଖ୍‌ ଦିଲଦାର ଚାନ୍ଦ। ଯାହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ସେତେବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

ଅଦ୍ୟତନ ହୋଇଛି
Advertisment

ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌ ବୁଖାରୀ। ସନ୍ଦିଗ୍ଧ କଶ୍ମୀର ଆତଙ୍କବାଦୀ ସଇଦ ଈଶାନ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର। ସେ ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ ଆସିଛି। STF ତାକୁ ଗିରଫ କରି ତା’ର ଜନ୍ମକୁଣ୍ଡଳି ଘାଣ୍ଟୁଛି। ସେପଟେ 2018 ମସିହାରେ ବୁଖାରୀର କଥାବାର୍ତ୍ତା ଓ ଚାଲିଚଳନକୁ ନେଇ ସନ୍ଦେହ କରିଥିଲେ ଧର୍ମଶାଳାର ସାମ୍ବାଦିକ ସେଖ୍‌ ଦିଲଦାର ଚାନ୍ଦ। ଯାହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ ଓଲଟା ବୁଖାରୀର ସ୍ତ୍ରୀର ଅଭିଯୋଗରେ ସାମ୍ବାଦିକଙ୍କୁ ଆଣି ଥାନାରେ ବସାଇ ଦେଇଥିଲେ। ସେହିଭଳି ଆଜିଠୁ ୫ ଦିନିଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଇଶାନ ବୁଖାରୀ । ତେବେ ଏହାକୁ ନେଇ ସାମ୍ବାଦିକ ସେଖ୍‌ ଦିଲଦାରଙ୍କ ପତ୍ନୀ କଣ କହିଛନ୍ତି ଶୁଣନ୍ତୁ ।

Advertisment
Jajpur Terrorist Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe