Advertisment

ବୁଖାରୀ ଥିଲା ହନିଟ୍ରାପ୍‌ ମାଷ୍ଟର, ଯୁବତୀଙ୍କ ମାଧ୍ୟମରେ କରାଉଥିଲା ନ୍ୟୁଡ୍‌ କଲ!

ସେପଟେ ଆଇଟି ଏକ୍ସପର୍ଟଙ୍କ କହିବା ଅନୁସାରେ ବୁଖାରୀ ନିଜସ୍ୱ ଆପ୍‌ କରିଛି, ମାନେ ସେ ଆତଙ୍କବାଦର ସ୍ଲିପର ସେଲ ଭାବେ କାର୍ଯ୍ୟ କରୁଥାଇ ପାରେ। ଏହି ଆପ୍‌ ଜପିଆରେ ନ୍ୟୁଡ୍ କଲ କରି ରୋଜଗାର କରୁଥିବା ଅର୍ଥ ଆତଙ୍କୀ ସଂଗଠନକୁ ଦେବାର ସନ୍ଦେହ ମଧ୍ୟ କରାଯାଇପାରେ।

ଅଦ୍ୟତନ ହୋଇଛି
Kashmiri Suspected Terrorist Bukhari

Kashmiri Suspected Terrorist Bukhari

Advertisment

ସନ୍ଦିଗ୍ଧ କଶ୍ମୀରୀ ଆତଙ୍କୀ ସୟିଦ ଈଶାନ ବୁଖାରୀ ଥିଲା ହନିଟ୍ରାପ୍‌ ମାଷ୍ଟର! ନିଜର ଏକ ସ୍ୱତନ୍ତ୍ର ଆପ୍‌ ବନେଇଥିଲା। ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍‌ କଲ୍‌ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରୁଥିଲା କୋଟି କୋଟି ଟଙ୍କା। ବୁଖାରୀକୁ ରିମାଣ୍ଡରେ ନେଇ ଜେରା ବେଳେ କ୍ରାଇବ୍ରାଞ୍ଚ ଏସଟିଏଫ୍ ଓ ଆଇବି ଅଧିକାରୀଙ୍କ ହାତରେ ଲାଗିଛି ଏମିତି ସାଂଘାତିକ ତଥ୍ୟ।

Advertisment

ଆପ୍‌ ଜରିଆରେ ଯୁବତୀମାନେ ବାଛି ବାଛି ପ୍ରଭାବଶାଳୀଙ୍କୁ ନ୍ୟୁଡ୍ କଲ୍ କରୁଥିଲେ। ଆଉ ଏଥିରେ ଫସୁଥିବା ବ୍ୟକ୍ତିଙ୍କୁ ପରେ ବ୍ଲାକ୍‌ମେଲ୍ କରି ଲୁଟି ଚାଲୁଥିଲେ। ଏଥିପାଇଁ ବୁଖାରୀ ନାଁରେ ଥିବା ୯ଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାନଜାକ୍ସନର ତଥ୍ୟ ପାଇଛି ଏସଟିଏଫ୍। ତେବେ ବୁଖାରୀର ଏଇ ହନିଟ୍ରାପରେ କେଉଁମାନେ ଶିକାର ହୋଇଛନ୍ତି ? ଦେଶର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ହନିଟ୍ରାପକୁ ମାଧ୍ୟମ କରିଛି କି ବୁଖାରୀ ? ପୂର୍ବରୁ ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିରୁ ଏକାଧିକ କର୍ମଚାରୀ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପରେ ଫସିଥିଲେ। ଏଥିରେ ବୁଖାରୀର ହାତ ଅଛି କି ? ଏଭଳି ପ୍ରଶ୍ନର ଉତ୍ତର ସାଙ୍ଗକୁ ବୁଖାରୀଠୁ ଆହୁରି ଅଧିକ ତଥ୍ୟ ହାସଲ ପାଇଁ ତାକୁ ଘାଣ୍ଟି ଚାଲିଛନ୍ତି କ୍ରାଇମବ୍ରାଞ୍ଚ ଓ ଆଇବିର ଅଧିକାରୀ।

ସେପଟେ ଆଇଟି ଏକ୍ସପର୍ଟଙ୍କ କହିବା ଅନୁସାରେ ବୁଖାରୀ ନିଜସ୍ୱ ଆପ୍‌ କରିଛି, ମାନେ ସେ ଆତଙ୍କବାଦର ସ୍ଲିପର ସେଲ ଭାବେ କାର୍ଯ୍ୟ କରୁଥାଇ ପାରେ। ଏହି ଆପ୍‌ ଜପିଆରେ ନ୍ୟୁଡ୍ କଲ କରି ରୋଜଗାର କରୁଥିବା ଅର୍ଥ ଆତଙ୍କୀ ସଂଗଠନକୁ ଦେବାର ସନ୍ଦେହ ମଧ୍ୟ କରାଯାଇପାରେ। ତଦନ୍ତକାରୀ ସଂସ୍ଥା ଏ ଦିଗରେ ଖୋଳତାଡ଼ କଲେ ନିଶ୍ଚୟ ସତ୍ୟ ପଦାକୁ ଆସିବ। ବୁଖାରୀଠାରୁ ୪ଟି ମୋବାଇଲ ଜବତ କରାଯାଇଥିବା ବେଳେ ଏହା ଭିତରୁ ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି ବୋଲି ଆଇଟି ଏକ୍ସପର୍ଟ କହିଛନ୍ତି।

Advertisment
Jajpur STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe