Advertisment

ଜେଲ୍‌ ଗଲା ବୁଖାରୀ, ରବିବାର ଓଡ଼ିଶା ଆସିବ କଶ୍ମୀର ପୁଲିସ୍‌!

ଆସନ୍ତାକାଲି କଶ୍ମୀର ପୁଲିସ ଭୁବନେଶ୍ୱର ଆସିପାରେ। ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଥିବାବେଳେ ସିଡ଼ିଆର ରିପୋର୍ଟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି STF ହାତରେ। ତା’ସହ ଲଭ୍ ଜିହାଦର ପ୍ରମାଣ ମିଳିଛି।

Suspected Terrorist Bukhari

Suspected Terrorist Bukhari

Advertisment

ସରିଲା ରିମାଣ୍ଡ ଅବଧି। ଜେଲକୁ ଗଲା ସୟିଦ ଈଶାନ୍ ବୁଖାରୀ। ୫ ଦିନିଆ ରିମାଣ୍ଡ ଅବଧି ପରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଈଶାନ୍ ବୁଖାରୀକୁ ଜେଲ୍ ପଠାଇଛନ୍ତି ଚଣ୍ଡିଖୋଲ କୋର୍ଟ। ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟିଥିଲା କ୍ରାଇମବ୍ରାଞ୍ଚ STF।

Advertisment

ସୟିଦ ଈଶାନ୍ ବୁଖାରୀକୁ ଭୁବନେଶ୍ୱରରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଥିଲା ଟିମ୍। ନ୍ୟୁଡ୍ ଆପ୍‌ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିବା ସହ ପ୍ରତ୍ୟେକ ଭିଡିଓ କଲରୁ ୫ ହଜାର ଟଙ୍କା କମିଶନ ପାଇଛି ବୁଖାରୀ। ଏଭଳି ଭାବେ କୋଟି କୋଟି ଟଙ୍କା ମୁନାଫା କମାଇଛି ଏହି ସନ୍ଦିଗ୍ଧ ଆତଙ୍କୀ। IB ଓ ପଞ୍ଜାବ ପୁଲିସ ଓଡ଼ିଶା ଆସି ବୁଖାରୀକୁ ପଚରାଉଚରା କରିଛନ୍ତି।

କୁହାଯାଉଛି, ଆସନ୍ତାକାଲି କଶ୍ମୀର ପୁଲିସ ଭୁବନେଶ୍ୱର ଆସିପାରେ। ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଥିବାବେଳେ ସିଡ଼ିଆର ରିପୋର୍ଟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି STF ହାତରେ। ତା’ସହ ଲଭ୍ ଜିହାଦର ପ୍ରମାଣ ମିଳିଛି। ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ୭ ଜଣ ମହିଳାଙ୍କୁ ବିବାହ କରିଛି ବୁଖାରୀ। ତା’ମଧ୍ୟରେ ଯାଜପୁର ଧର୍ମଶାଳା ବ୍ଲକ ନେଉଳପୁର ଗାଁର ଜଣେ ଯୁବତୀ ରହିଛନ୍ତି। ଯାହାଙ୍କୁ ବିବାହ କରିବା ପରେ ନେଉଳପୁର ପଞ୍ଚାୟତ ମିଲତନଗର ଗାଁରେ ଭଡ଼ାରେ ରହିଆସୁଥିଲେ ବୁଖାରୀ। ଏବେ ରିମାଣ୍ଡ ଅବଧି ସରିବା ପରେ ବୁଖାରୀକୁ ଜେଲ୍ ପଠାଇ ଦିଆଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ STF।

Advertisment
Jajpur STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe