Advertisment

ଡାକ୍ତର ବୋଲି ପରିଚୟ ଦେଉଥିଲା, ୬/୭ ଜଣଙ୍କୁ ବାହା ହୋଇଥିଲା

ମହାରାଷ୍ଟ୍ର, କାଶ୍ମୀର ଓ ଉତ୍ତରପ୍ରଦେଶର ଝିଅଙ୍କୁ ସେ ବାହା ହୋଇଥିବା ସୂଚନା ରହିଛି। ଓଡ଼ିଶାରେ ମଧ୍ୟ ଜଣେ ଝିଅକୁ ବାହା ହୋଇଯାଇଥିବା ଜଣାପଡ଼ିଛି।

author-image
Jitendra Garnayak

ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳାରୁ ଧରାପଡ଼ିଛି କଶ୍ମୀର ଆତଙ୍କବାଦୀ। ଜମ୍ମୁ ଓ କଶ୍ମୀର ପୁଲିସରେ ମାମଲା ରୁଜୁ ପରେ ସେଠାରୁ ପଳାଇ ଆସି ଯାଜପୁରରେ ଲୁଚିଥିଲା। ନିଜକୁ ଡାକ୍ତର ଆଉ ନ୍ୟୁରୋ ସର୍ଜନ କହି ପରିଚୟ ଦେଉଥିଲା। ଧର୍ମଶାଳାରେ ରହି ଲୋକଙ୍କ ସହ ମିଶୁଥିଲା। ବିଭିନ୍ନ ଆପ୍ ମାଧ୍ୟମରେ ଝିଅଙ୍କ ସହ ବନ୍ଧୁତା କରୁଥିଲା। ଏମିତିରେ ୬ରୁ ୭ଜଣ ଝିଅଙ୍କୁ ସେ ବାହା ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର, କାଶ୍ମୀର ଓ ଉତ୍ତରପ୍ରଦେଶର ଝିଅଙ୍କୁ ସେ ବାହା ହୋଇଥିବା ସୂଚନା ରହିଛି। ଓଡ଼ିଶାରେ ମଧ୍ୟ ଜଣେ ଝିଅକୁ ବାହା ହୋଇଯାଇଥିବା ଜଣାପଡ଼ିଛି।

Advertisment
Terrorist Jammu Kashmir