Advertisment

କଟକ ସାଇ ହଷ୍ଟେଲରେ ମହିଳା ଆଥଲେଟଙ୍କୁ ନିର୍ଯାତନା ମାମଲା: ବିଭାଗୀୟ ତଦନ୍ତ ଆରମ୍ଭ

କଟକ: କଟକ ସାଇ ହଷ୍ଟେଲରେ ମହିଳା ଆଥଲେଟଙ୍କୁ ନିର୍ଯାତନା ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି ସାଇ କର୍ତ୍ତୃପକ୍ଷ। କୋଲକୋତା ସାଇ ସେଣ୍ଟରର ମନସ୍ତତ୍ୱବିତ୍ ରୀନା କାଉଲ୍ ହେଷ୍ଟଲ୍ ଅନ୍ତେବାସୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ସଂପୃକ୍ତ ଆଥଲେଟଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି। ଘଟଣା ସଂପର୍କରେ ସବିଶେଷ ରିପୋର୍ଟ ସଂଗ୍ରହ କଲା ପରେ ସାଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି। ତା’ସହିତ ଆଗାମୀ ଦିନରେ କୋଚ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା […]

author-image
Rakesh Mallick
କଟକ ସାଇ ହଷ୍ଟେଲରେ ମହିଳା ଆଥଲେଟଙ୍କୁ ନିର୍ଯାତନା ମାମଲା: ବିଭାଗୀୟ ତଦନ୍ତ ଆରମ୍ଭ  

saikataka

କଟକ: କଟକ ସାଇ ହଷ୍ଟେଲରେ ମହିଳା ଆଥଲେଟଙ୍କୁ ନିର୍ଯାତନା ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି ସାଇ କର୍ତ୍ତୃପକ୍ଷ। କୋଲକୋତା ସାଇ ସେଣ୍ଟରର ମନସ୍ତତ୍ୱବିତ୍ ରୀନା କାଉଲ୍ ହେଷ୍ଟଲ୍ ଅନ୍ତେବାସୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ସଂପୃକ୍ତ ଆଥଲେଟଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି। ଘଟଣା ସଂପର୍କରେ ସବିଶେଷ ରିପୋର୍ଟ ସଂଗ୍ରହ କଲା ପରେ ସାଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି। ତା’ସହିତ ଆଗାମୀ ଦିନରେ କୋଚ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

Advertisment

କଟକ ସାଇ ହଷ୍ଟେଲର କୋଚ ସୁଶାନ୍ତ ରୟଙ୍କ ବିରୋଧରେ ଗତ ବୁଧବାର ଜଣେ ମହିଳା ଆଥଲେଟ୍ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ ଯେ କିଛି ଦିନ ହେବ କୋଚ୍ ସୁଶାନ୍ତ ରୟ  ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ଆସୁଥିଲେ। ତାଙ୍କ ଅଭିଯୋଗ ଭିତ୍ତିରେ ମହିଳା ଥାନାରେ ଆଇପିସିର ଧାରା ୩୫୪(ଏ), ୩୨୩, ୨୯୪, ୫୦୬ ଓ ୩୪ ଓ ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ ସେକ୍ସୁଆଲ ଅଫେନ୍ସ ଆକ୍ଟର ଧାରା ୧୦ରେ ସୁଶାନ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି। ତା’ ସହିତ ତାଙ୍କୁ ଗିରଫ ମଧ୍ୟ କରିଛି।