/odisha-reporter/media/post_attachments/uploadimage/library/16_9/16_9_0/Kati_1717067177.jpg)
Kati
ଦୁଇ ବର୍ଷ ଜେଲ୍ରେ ରହିଲେ। କିନ୍ତୁ ନିଶା ଉତୁରିଲାନି। ଜାମିନରେ ଆସିବା ପରେ ପୁଣି ମାତିଲେ ନିଶା ବେପାରରେ। ବୁଧବାର (ଗତକାଲି) ଭୁବନେଶ୍ୱର ଏସ୍ଟିଏଫ୍ ତାଙ୍କୁ ପୁଣି ଗିରଫ କରିଛି। ଗିରଫ ବ୍ରାଉନ ସୁଗର ବେପାରୀଙ୍କ ନାଁ ଏସ୍.କେ. ମହତାବ ଅଲ୍ଲୀ ଓରଫ କଟି (୩୯)। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ।
ଏସ୍ଟିଏଫ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ମାସ ୨୧ ତାରିଖରେ ଏକ ଚଢ଼ାଉ ବେଳେ ୩୦୨ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିଲା। ସେହି ଘଟଣାରେ କ୍ଷୀରସିନ୍ଧୁ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ସେତେବେଳେ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଏସ୍.କେ. ମହତାବ ଅଲ୍ଲୀ ଓରଫ କଟି। ଏହି ମାମଲାରେ ତାଙ୍କୁ ଗତକାଲି ଗିରଫ କରାଯାଇଛି।
୨୦୨୦ ମସିହାରେ ମଧ୍ୟ STF ପକ୍ଷରୁ କଟିଙ୍କୁ ଗିରଫ କରାଯାଇଥିଲା। ସେତବେଳେ ତାଙ୍କଠାରୁ ୩ କେଜି ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଥିଲା। ୨ ବର୍ଷ ଜେଲରେ ରହିବା ପରେ ୨୦୨୨ ଅଗଷ୍ଟ ମାସରେ ତାଙ୍କୁ ଜାମିନ ମିଳିଥିଲା। ଜାମିନରେ ଆସିବା ପରେ ପୁଣି ଥରେ ନିଶା କାରବାର ଆରମ୍ଭ କରିଥିଲେ କଟି। ତାଙ୍କ ନାଁରେ ପୂର୍ବରୁ ବେତନଟୀ ଓ ବାରିପଦା ଟାଉନ ଥାନା ସହିତ ମୟୂରଭଞ୍ଜ ଅବକାରୀ ଥାନାରେ ମାମଲା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
