Advertisment

ପ୍ରଚାର ବେଳେ ବିଆରଏସ୍ ସାଂସଦଙ୍କୁ ଛୁରାମାଡ, ଡାକ୍ତରଖାନାରେ ଭର୍ତ୍ତି

ଏଥିରେ ତାଙ୍କ ପେଟରେ ଆଘାତ ଲାଗିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସାଂସଦ ପ୍ରଭାକର ରେଡ୍ଡି।

ଅଦ୍ୟତନ ହୋଇଛି
 MP Kotha Prabhakar Reddy

MP Kotha Prabhakar Reddy

Advertisment

ତେଲେଙ୍ଗାନା ସାଂସଦ ତଥା ବିଧାନସଭା ନିର୍ବାଚନ ପ୍ରାର୍ଥୀ କୋଠା ପ୍ରଭାକର ରେଡ୍ଡିଙ୍କୁ ଛୁରାମାଡ। ପ୍ରଚାର ସମୟରେ ସାଂସଦଙ୍କ ଉପରକୁ ଛୁରାମାଡ କରାଯାଇଛି। ଏଥିରେ ତାଙ୍କ ପେଟରେ ଆଘାତ ଲାଗିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପ୍ରଭାବକ ରେଡ୍ଡି।

Advertisment

ଆସନ୍ତା 30ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରଚାର-ପ୍ରସାରରେ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିପରିପ୍ରେକ୍ଷୀରେ ଆଜି ସିଡ୍ଡିପେଟ ଜିଲ୍ଲାରେ ପ୍ରଚାର କରୁଥିଲେ ବିଆରଏସ୍ ସାଂସଦ ପ୍ରଭାକର ରେଡ୍ଡି। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଛୁରାମାଡ କରିଥିବା ସୂଚନା ମିଳିଛି।

Advertisment

ଖବର ଅନୁସାରେ, ପ୍ରଚାର ସମୟରେ ସାଂସଦ ରେଡ୍ଡିଙ୍କ ନିକଟକୁ ଜଣେ ଅଜ୍ଞାତ ବ୍ୟକ୍ତି ଆସିଥିଲେ। ସେ ତାଙ୍କ ସହ ହାତ ମିଳାଇବାକୁ ଆସୁଥିବା ଅନୁମାନ କରୁଥିଲେ ଉପସ୍ଥିତ ଲୋକ। କିନ୍ତୁ ସେ ହଠାତ୍ ଛୁରୀ ବାହାର କରି ସାଂସଦଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଆଘାତ ପାଇଛନ୍ତି ସାଂସଦ ରେଡ୍ଡି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା କୁହାଯାଉଛି।

ଅନ୍ୟପଟେ ଅଭିଯୁକ୍ତକୁ କାବୁ କରି ମାଡ ମାରିଛନ୍ତି ବିଆରଏସ୍ କର୍ମୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଛି। 

ରେଡ୍ଡୀ ତେଲେଙ୍ଗାନାର ମେଡକର ସାଂସଦ। 2014 ରେ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ। ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ଡବାକର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ସେ ଭାରତୀୟ ଜନତା ପାର୍ଟିର ରଘୁନନ୍ଦ ରାଓଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Brs Telangana Politics Kotha Prabhakar Reddy KCR Party MP KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe