Jail
କେନ୍ଦ୍ରାପଡ଼ା: ପୋଲିସ୍ ଅଧିକାରୀଙ୍କ ମାଡରେ ଅଭିଯୁକ୍ତ ଗୁରୁତର। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଚଉଦକୁଲାଟ ଥାନା ଅଧିକାରୀଙ୍କ ବିରୋଧରେ। ନୟାଡିଆ ଗ୍ରାମର ସନତ ଜେନା ଓ ତାଙ୍କ ପଡୋଶୀ ମୁନା ଜେନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମୁନା ଜେନାଙ୍କ ପତ୍ନୀ ଏନେଇ ଥାନାରେ ଏତଲା ଦେଇଥିଲେ। ଥାନା ପୋଲିସ ଅଧିକାରୀ ଦୁଇ ଜଣ ପଡୋଶୀଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସମୟରେ ସନତ ଜେନାଙ୍କୁ ମାଡମାରି ଗୁରୁତର କରିଥିବା ଅଭିଯୋଗ ହୋଇଛି। ସନତ ଜେନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ତେବେ ଏନେଇ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/Jail.jpg)