Advertisment

ଆଇନ୍‌ ଛାତ୍ରୀ ଦୁଷ୍କର୍ମ ମାମଲାର ଖିଅ ଖୋଜି ଖୋଜି ପୁଲିସ୍‌ ପହଞ୍ଚିଲା ଗର୍ଭପାତ ସେଣ୍ଟରରେ

ପଟ୍ଟାମୁଣ୍ଡାଇ ମଠସାହିର ପରେଶ ବାରିକ ଜଣେ ବିବାହିତ ବ୍ୟକ୍ତି। ସେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି। ଫେସ୍‌ବୁକ୍‌ରେ ସେ ଜଣେ ଆଇନ୍‌ ଛାତ୍ରୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବନ୍ଧୁତା ସମ୍ପର୍କ ନେଇଥିଲା ପ୍ରେମର ରୂପ।

Child

Child

Advertisment

ଆଇନ୍‌ ଛାତ୍ରୀ ଦୁଷ୍କର୍ମ ମାମଲାର ଖିଅ ଖୋଜି ଖୋଜି ପୁଲିସ୍‌ ପହଞ୍ଚିଛି ଗର୍ଭପାତ ସେଣ୍ଟରରେ। ୨୦୨୨ ମସିହାରେ କଟକରେ ଯେଉଁ ନିର୍ସିଂହୋମ୍‌କୁ ସିଲ୍‌ କରାଯାଇଥିଲା, ସେଠାରେ ଏବେ ବେଆଇନ୍‌ ଭାବେ ଚାଲୁଛି ଗର୍ଭପାତ! ଏହି ମାମଲାରେ କେନ୍ଦ୍ରାପଡ଼ା ପୁଲିସ୍‌ ମୁଖ୍ୟଅଭିଯୁକ୍ତଙ୍କୁ ମିଶାଇ ୯ ଜଣଙ୍କ ଗିରଫ କରିଛି। ଯେଉଁଥିରେ ୩ ଜଣ ମହିଳା ଅଛନ୍ତି।

Advertisment

ପଟ୍ଟାମୁଣ୍ଡାଇ ମଠସାହିର ପରେଶ ବାରିକ ଜଣେ ବିବାହିତ ବ୍ୟକ୍ତି। ସେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି। ଫେସ୍‌ବୁକ୍‌ରେ ସେ ଜଣେ ଆଇନ୍‌ ଛାତ୍ରୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବନ୍ଧୁତା ସମ୍ପର୍କ ନେଇଥିଲା ପ୍ରେମର ରୂପ। ନିଜକୁ ଅବିବାହିତ ଦର୍ଶାଇ ପରେଶ ଆଇନ୍‌ ଛାତ୍ରୀ ବନ୍ଦୀତା(ଛଦ୍ମନାମ)ଙ୍କ ସହିତ ଶାରୀରିକ ସମ୍ପର୍କରେ ରଖିଥିଲେ। କେନ୍ଦ୍ରାପଡ଼ା ଟାଉନ୍‌ରେ ଘର ଭଡ଼ା ନେଇ ଗୋଟିଏ ରୁମ୍‌ରେ ରହୁଥିଲେ। ଯାହାଫଳରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଯାଇଥିଲେ। କିନ୍ତୁ ନରେଶ ନିଜ ଘରକୁ ଯାଉନଥିଲେ।

ପରେଶ ଘରକୁ ଯାଉନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ପରେ ତାଙ୍କୁ ଖୋଜି ଖୋଜି କେନ୍ଦ୍ରାପଡ଼ା ଟାଉନ୍‌ରେ ପହଞ୍ଚିଥିଲେ ତାଙ୍କ ପତ୍ନୀ। ଆଉ ଭଡ଼ା ଘରେ ସ୍ୱାମୀ ପରେଶଙ୍କ ସହିତ ବନ୍ଦୀତାଙ୍କୁ ଦେଖି ରାଗି ଯାଇଥିଲେ। ଅଭିଯୋଗ ଅନୁସାରେ ବନ୍ଦୀତାଙ୍କୁ ମାଡ଼ ମାରି ପରେଶଙ୍କୁ ନେଇ ଯାଇଥିଲେ ତାଙ୍କ ପତ୍ନୀ। ଯେଉଁଥିପାଇଁ ବନ୍ଦୀତା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ପେଟ ଯନ୍ତ୍ରଣା କରିଥିଲେ। ତାଙ୍କୁ ପଟ୍ଟାମୁଣ୍ଡାଇରେ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ପରବର୍ତ୍ତୀ ସମୟରେ ପରେଶ ଗର୍ଭ ନଷ୍ଟ ପାଇଁ ବନ୍ଦୀତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ପ୍ରଥମେ ରାଜି ହୋଇନଥିଲେ। ଚାଲାକ ଚତୁର ପରେଶ ମନ ଜିଣିବାରେ ସଫଳ ହୋଇଥିଲେ। ବାହାନା କରି ବନ୍ଦୀତାଙ୍କୁ ଧରି କଟକ ଆସିଥିଲେ। ମଠସାହିରେ ଭବାନୀଶଙ୍କର ଦାସଙ୍କ ଘରର ଉପର ମହଲାରେ ବେଆନ୍‌ ଭାବେ ଚାଲିଥିବା ନର୍ସିଂହୋମ୍‌ ହେଲଥ୍ ହୋମ୍‌ରେ ବନ୍ଦୀତାଙ୍କୁ ଭର୍ତ୍ତି କରିଥିଲେ ପରେଶ। ସେଠାରେ ତାଙ୍କୁ ମେଡ଼ିସିନ୍‌ ଖାଇବାକୁ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ। ଗର୍ଭ ନଷ୍ଟ ହେବା ପରେ ପ୍ରବଳ ବ୍ଲିଡିଂ ହୋଇଥିଲା। ତେଣୁ ତାଙ୍କୁ ଅନ୍ୟ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେ ସୁସ୍ଥ ହୋଇଥିଲେ।

ବନ୍ଦୀତା ସୁସ୍ଥ ହେବା ପରେ ଆଉ ଧରାଛୁଆଁ ଦେଇନଥିଲେ ପରେଶ। ତେଣୁ ସେ ପରେଶଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ। ମାମଲାର ନେତୃତ୍ୱ ନେଇଥିଲେ ଡିଏସ୍‌ପି ସରିତା ମହାପାତ୍ର। ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ୍‌ ପ୍ରଥମେ ପରେଶକୁ ହେପାଜତକୁ ନେଇଥିଲା। ତାଙ୍କୁ ଜେରା ପରେ ଗୋଟିଏ ପରେ ଗୋଟିଏ ସତ ବାହାରକୁ ଆସିଥିଲା। ବେଆଇନ୍‌ ଭାବେ ଚାଲୁଥିବା ହେଲଥ୍ ହୋମ ନର୍ସିଂହୋମରେ ଗର୍ଭବାତ କରାଯାଉଥିବା ଜଣାପଡ଼ିଥିଲା।

Crimeଗିରଫ ହୋଇଥିବା ଅଭିଯୁକ୍ତ

ଅଭିଯୋଗ ଅନୁସାରେ ହେଲଥ୍ ହୋମ ନର୍ସିଂହୋମରେ ଗର୍ଭପାତ କରାଯାଉଥିଲା। ଦଲାଲମାନେ ଯୁବତୀ ବା ମହିଳାଙ୍କୁ ଗର୍ଭପାତ ପାଇଁ ଆଣୁଥିଲେ। ଆଉ ଗର୍ଭପାତ ପରେ ନେଇ ଯାଉଥିଲେ। ଏଥିପାଇଁ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ପୁଲିସ୍‌ ପରେଶ ସମେତ ଏହି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱଜିତ ଦତ୍ତ, ଭବାନୀ ଶଙ୍କର ଦାସ, ନିଜିତ ମହାପାତ୍ର, ପ୍ରିୟବ୍ରତ ସେନାପତି, ନିର୍ଲିପ୍ତ ରଞ୍ଜନ ଦାସଙ୍କୁ ଗିରଫ କରିଛି। ଏଥିସହ ଆଉ ୩ ଯୁବତୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନେ ନର୍ସିଂ ପାଠ ପଢ଼ିନଥିଲେ ମଧ୍ୟ ନର୍ସ କାମ କରୁଥିଲେ। ଏସ୍‌ପିଙ୍କ କହିବା ଅନୁସାରେ ଏହି ମାମଲାରେ ପୁଲିସ୍‌ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Cuttack Crime Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe