Advertisment

କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ; ୨ ଗିରଫ

ଜବତ ଟ୍ରକ୍‌ରେ ୫୦ କ୍ୱିଣ୍ଟାଲରୁ ଅଧିକ କେନ୍ଦୁପତ୍ର ଥିଲା। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accused

Accused

ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ବନ ବିଭାଗ ପକ୍ଷରୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ସୁରେଶ ମହାକୁଡ଼ ଓ ମଣ୍ଟୁ ମହାକୁଡ଼। ଜବତ ଟ୍ରକ୍‌ରେ ୫୦ କ୍ୱିଣ୍ଟାଲରୁ ଅଧିକ କେନ୍ଦୁପତ୍ର ଥିଲା। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ପଶ୍ଚିମବଙ୍ଗ ଯାଉଥିଲା ଏହି କେନ୍ଦ୍ରପତ୍ର ବୋଝେଇ ଟ୍ରକ୍। ୧୬ ନମ୍ବର ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ ଚାନ୍ଦିପୁର ବନ ବିଭାଗ କର୍ମଚାରୀ। ଯାଞ୍ଚ ବେଳେ ଟ୍ରକ୍‌ରେ ବେଆଇନ ଭାବେ କେନ୍ଦୁପତ୍ର ଚାଲାଣ ହେଉଥିବା ଜଣାପଡ଼ିଥିଲା।

Advertisment
Odisha Forest Dept Odisha Forest Department Kendu Leaf