Advertisment

ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା, ବର ଘର କରୁଥିଲେ BMW ଡିମାଣ୍ଡ

ଭାବି ଶ୍ୱଶୁର ଘର ଲୋକ ମାତ୍ରାଧିକ ଯୌତୁକ ଦାବି କରି ବିବାହ ପ୍ରସ୍ତାବ ଭାଙ୍ଗି ଦେବାରୁ ଶାହାନା ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

author-image
Debibandita Barick
Dr Shahana's File Photo

Dr Shahana's File Photo

କେରଳର ଜଣେ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ରୀ ଜଣକ ଯୌତୁକ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାମଲାର ତଦନ୍ତ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 26 ବର୍ଷୀୟ ଶାହାନା ସର୍ଜରୀ(ଅସ୍ତ୍ରୋପଚାର) ବିଭାଗର ପିଜି ଛାତ୍ରୀ ଥିଲେ।   

Advertisment

ମଙ୍ଗଳବାର ଥିରୁଅନନ୍ତପୁରମ୍ ମେଡିକାଲ୍ କଲେଜ ସ୍ଥିତ ଭଡା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆତ୍ମହତ୍ୟାର କାରଣ ଯୌତୁକ ଚାପ ବୋଲି କୁହାଯାଉଛି। ଭାବି ଶ୍ୱଶୁର ଘର ଲୋକ ମାତ୍ରାଧିକ ଯୌତୁକ ଦାବି କରି ବିବାହ ପ୍ରସ୍ତାବ ଭାଙ୍ଗି ଦେବାରୁ ଶାହାନା ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ସମ୍ପର୍କୀୟଙ୍କ ଅଭିଯୋଗ ମୁତାବକ, ଶାହାନା ନିଜ ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲପାଉଥିଲେ। ତାଙ୍କ ସହ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା। କିନ୍ତୁ ବିବାହ ପାଇଁ ଭାବି ଶ୍ୱଶୁର ଘର ଲୋକେ ମାତ୍ରାଧିକ ଯୌତୁକ ଦାବି କରୁଥିଲେ। ସୁନା, ଜମି ସାଙ୍ଗକୁ ବିଏମଡବ୍ଲୁ କାର ସହ ଅନ୍ୟାନ୍ୟ ଜିନିଷ ଦେବାକୁ କହିଥିଲେ। କିନ୍ତୁ ଶାହାନାଙ୍କ ପରିବାର ଏହି ଦାବି ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଥିଲେ।

Advertisment

ପରେ ପୁରୁଷ ବନ୍ଧୁ ମଧ୍ୟ ଦାବି ମୁତାବକ ଯୌତୁକ ନ ଦେଲେ ବିବାହ ହୋଇପାରିବ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ଫଳରେ ଚାପଗ୍ରସ୍ତ ହୋଇ ଶାହାନା ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଶାହାନାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ଘରେ କେବଳ ମାଆ ଅଛନ୍ତି। ଶାହାନାଙ୍କ ମାଆ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହିଳା ଆୟୋଗ ଏବଂ ମେଡିକାଲ କଲେଜ ପୁଲିସ ମଧ୍ୟ ମାମଲା ରୁଜୁ କରିଛନ୍ତି। କେରଳ ମହିଳା କମିଶନ ଅଧ୍ୟକ୍ଷ ଶାହାନାଙ୍କ ମାଆଙ୍କୁ ଭେଟି ରିପୋର୍ଟ ଆଣିଛନ୍ତି।

ମେଡିକାଲ୍ ପିଜି ଡାକ୍ତର ସଂଘର ପ୍ରତିନିଧୀ ଥିବା ପୁରୁଷ ବନ୍ଧୁ ଡାକ୍ତରଙ୍କୁ ମଧ୍ୟ ସମସ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

Crime Suicide Suicide For Dowry Dowry Demand Kerala Doctor Suicide