Advertisment

ମୁଁ ବିଚାରପତି ହେବି: ଦୁଷ୍କର୍ମ ମାମଲା ପ୍ରତ୍ୟାହାର ପାଇଁ କାନ୍ଦି କାନ୍ଦି ଅନୁରୋଧ କଲେ ସରକାରୀ ଓକିଲ

ଦୟା କରି ମୋ ଜୀବନକୁ ବର୍ବାଦ କରନ୍ତୁ ନାହିଁ। ମୁଁ ଖୁବଶୀଘ୍ର ଜଣେ ବିଚାରପତି ଭାବେ ନିଯୁକ୍ତି ପାଇବାର ଅଛି ବୋଲି ସେ କହିଛନ୍ତି।

author-image
Hemant Lenka
Kerala lawyer

Kerala lawyer

କେରଳର ଜଣେ ସରକାରୀ ଓକିଲଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ଏହି ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତ ଓକିଲ ଜଣଙ୍କ ଏବେ କେବଳ କାନ୍ଦିବା ଆରମ୍ଭ କରିଛନ୍ତି। ସେ କାନ୍ଦି କାନ୍ଦି ଅଭିଯୋଗକାରୀଙ୍କ ଘରକୁ ଫୋନ କରିଛନ୍ତି।

Advertisment

ଲୁହ ଭିଜା ଆଖିରେ ‌ଅଭିଯୋଗ ପ୍ରତ୍ୟାହାର କରି ନେବାକୁ ଅନୁରୋଧ କରିଛନ୍ତି। ଦୟା କରି ମୋ ଜୀବନକୁ ବର୍ବାଦ କରନ୍ତୁ ନାହିଁ। ମୁଁ ଖୁବଶୀଘ୍ର ଜଣେ ବିଚାରପତି ଭାବେ ନିଯୁକ୍ତି ପାଇବାର ଅଛି ବୋଲି ସେ କହିଛନ୍ତି।

କେରଳ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାମ କରୁଥିବା ପିଜି ମନୁଙ୍କ ନାଁରେ ଏର୍ଣ୍ଣାକୁଲମ ଗ୍ରାମୀଣ ପୁଲିସ୍‌ ନିକଟରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଓକିଲ ମନୁ ତାଙ୍କର ଜଣେ କ୍ଲାଇଣ୍ଟଙ୍କୁ ଦୁର୍ବ୍ୟବହାର କରିବା ସହ ଅଫିସ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଗୋଟିଏ ମାମଲାରେ ପୀଡ଼ିତା ଜଣଙ୍କ ମନୁଙ୍କ ଠାରୁ ଆଇନଗତ ସହାୟତା ପାଇଁ ଯାଇଥିଲେ। ଅକ୍ଟୋବର ମାସରେ ମହିଳା ଜଣଙ୍କ ମନୁଙ୍କ ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଏକଥା କାହାକୁ ନ କହିବାକୁ ଧମକ ଦେଇଥିଲେ।

ଏତିକରେ ତାଙ୍କ ମନ ଶାନ୍ତି ହୋଇ ନଥିଲା। ମନୁ ଆଉ ୨ ଥର ମଧ୍ୟ ମହିଳାଙ୍କୁ ବିଭିନ୍ନ ପ୍ରକାରର ଧମକଚମକ ଦେଇ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ବିନା ଅନୁମତିରେ ମନୁ ତାଙ୍କର କିଛି ଆପତ୍ତିଜନକ ଫଟୋ ଓ ମୋବାଇଲ ରଖି ଭାଇରାଲର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ପୀଡ଼ିତା ଜଣଙ୍କ ମନୁଙ୍କ ନାଁରେ ମାମଲା କରିବା ପରେ ସେ ତାଙ୍କ ଘର ଲୋକଙ୍କୁ ଯୋଗାଯୋଗ କରି ଘଟଣାର ରଫାଦଫା କରିବାକୁ ଚେଷ୍ଟା କରିଛନ୍ତି। ପୀଡ଼ିତାଙ୍କ ଜଣେ ସମ୍ପର୍କୀୟଙ୍କ ସହ ମନୁ କଥା ହେବା ପରେ କାନ୍ଦୁଛନ୍ତି ଓ ମାମଲା ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରୁଥିବା ବେଳର ଅଡିଓ ରେକର୍ଡିଂ ମଧ୍ୟ ସାମ୍ନାକୁ ଆସିଛି।

ଅଭିଯୁକ୍ତ: କ’ଣ ସେ ମୋ ନାଁରେ ଅଭିଯୋଗ ଦାଖଲ କରିଛନ୍ତି?

ପୀଡ଼ିତାଙ୍କ ଭାଇ: ହଁ

ଅଭିଯୁକ୍ତ: କାହିଁକି? କ’ଣେ ହେଲା କି?

ପୀଡ଼ିତାଙ୍କ ଭାଇ: ଏଭଳି କଥାବାର୍ତ୍ତା ହେବାର କୌଣସି ଆବଶ୍ୟକ ନାହିଁ

ଅଭିଯୁକ୍ତ: କାହିଁକି ଭାଇ? ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ୁଛି

ପୀଡ଼ିତାଙ୍କ ଭାଇ: ମୁଁ ତୁମକୁ କିଛି ବି କହିବାକୁ ଚାହୁଁନି। ଝିଅଟି ବହୁତ କଷ୍ଟ ସହିଛି

ଅଭିଯୁକ୍ତ: କାନ୍ଦି କାନ୍ଦି, ଭାଇ ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ୁଛି। ମୋ ଜୀବନକୁ ବର୍ବାଦ କରନ୍ତୁ ନାହିଁ। ମୁଁ ବିଚାରପତି ପ୍ୟାନେଲକୁ ମନୋନୀତ ହେବାର ଅଛି। ମୁଁ ଆପଣଙ୍କ ପାଖକୁ ଯିବି। ଆପଣ ମୋତେ ଯାହା କହିବେ, ମୁଁ ସବୁ କରିବି।

ପୀଡ଼ିତାଙ୍କ ଭାଇ: ଏଠାକୁ ଆଦୌ ଆସ ନାହିଁ।

ଅଭିଯୁକ୍ତ: ଭାଇ, ଦୟା କରି ସାହାଯ୍ୟ କରନ୍ତୁ। ଆପଣ ଯାହା କହିବେ ମୁଁ ସବୁ କରିବି

ପୀଡ଼ିତାଙ୍କ ଭାଇ: ତୁମେ ବଡ଼ ଭୟଙ୍କର କାଣ୍ଡ ଘଟାଇଛନ୍ତି। ଲୋକମାନେ ତୁମ ପାଖକୁ ସାହାଯ୍ୟ ପାଇଁ ଆସୁଥିବା ବେଳେ ତୁମେ ଏପରି ବ୍ୟବହାର କରୁଛ?

କେରଳ ଏଜି ଅଫିସ ସୂଚନା ଅନୁସାରେ, ଘଟଣା ସାମ୍ନାକୁ ଆସିବା ପରେ ପିଜି ମନୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ତାଙ୍କୁ ଏଯାଏ ଗିରଫ କରାଯାଇ ନଥିବା ପୀଡ଼ିତାଙ୍କ ଓକିଲ କହିଛନ୍ତି।

Kerala Stop Rape