Advertisment

ବିଜେପି ନେତାଙ୍କ କୁକୁଡ଼ା ଫାର୍ମରେ ଚାଲିଥିଲା ଚୋରା ମଦ କାରବାର, ଧରିଲା ପୁଲିସ

ବିଜେପି ନେତାଙ୍କ କୁକୁଡା ଫାର୍ମରେ ଚଢ଼ାଉ କରି ପୁଲିସ ୧୪ ହଜାରରୁ ଅଧିକ ଚୋରା ମଦ ବୋତଲ ଜବତ କରିଛି।

liquor

liquor

Advertisment

ଧରାପଡିଲା ବିଜେପି ନେତାଙ୍କ କଳା କାରନାମା। କୁକୁଡା ଫାର୍ମ ଆଳରେ ଚାଲିଥିଲା ଚୋର ମଦ କାରବାର। ପୁଲିସ ରେଡ୍ ପରେ ସାମ୍ନାକୁ ଆସିଲା ସତ। ଫାର୍ମ ଭିତରୁ ବାହାରିଲା ପୁଳାପୁଳା ମଦ ବୋତଲ। କେରଳର ଜଣେ ବିଜେପି ନେତାଙ୍କ କୁକୁଡା ଫାର୍ମରେ ଚଢ଼ାଉ କରି ପୁଲିସ ୧୪ ହଜାରରୁ ଅଧିକ ଚୋରା ମଦ ବୋତଲ ଜବତ କରିଛି। କେବଳ ସେତିକି ନୁହେଁ ୨୪ଶହ ଲିଟର ସ୍ପିରିଟ ଜବତ କରିବା ସହ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ମଙ୍ଗଳବାର ପୁଲିସକୁ ବିଜେପି ନେତାଙ୍କ କୁକୁଡା ଫାର୍ମରେ ଚୋରା ମଦ କାରବାର ଚଳାଇଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୁଲିସ ଫାର୍ମ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି କୁକୁଡା ଫାର୍ମଟି ସ୍ଥାନୀୟ ବିଜେପି ନେତାଙ୍କର ବୋଲି ଜଣାପଡିଛି। ଏହି ମାମଲାରେ ପୁଲିସ ବିଜେପି ନେତା ତଥା ପୂର୍ବତନ ପଞ୍ଚାୟତ ସଦସ୍ୟ ଲାଲୁ ଓ ତାଙ୍କ ସହଯୋଗୀ ଲରେନ୍ସକୁ ଗିରଫ କରିଛି।

ବିଜେପି ନେତାଙ୍କ ଏହି କୁକୁଡା ଫାର୍ମଟି କୋଡକରା ନିକଟ ବେଲ୍ଲାନଚିରାରେ ରହିଛି। ଏଠାରେ କୁକୁଡା ଫାର୍ମ ସହ ଏକ ଗୋଦାମ ତିଆରି ହୋଇଛି ଓ ଗୋଦାମ ଭିତରେ ଏକ ଗୁପ୍ତ ରୁମ୍‌ରେ ଚୋରା ମଦ ରଖି ବ୍ୟବସାୟ କରାଯାଉଥିଲା। ଚଢାଉ ବେଳେ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଥିବା ପୁଲିସ କହିଛି। ଚଢ଼ାଇ ବେଳେ ୧୪ ହଜାର ବୋତଲ ଚୋରା ବିଦେଶୀ ମଦ, ୨୪ଶହ ଲିଟର ସ୍ପିରିଟ୍ ମିଳିଥିଲେ ବି ବଟଲିଂ ୟୁନିଟର କୌଣସି ସନ୍ଧାନ ମିଳିପାରି ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Advertisment
Kerala Liquor BJP Leader Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe