Advertisment

ଭାରତକୁ ଭାଗ ଭାଗ କରି ଏକାଧିକ ରାଷ୍ଟ୍ର ଗଠନ କରିବା ଖଲିସ୍ତାନୀ ଆତଙ୍କୀ ପନ୍ନୁର ଲକ୍ଷ୍ୟ

ସେ ବିଦ୍ୱେଶ ସୃଷ୍ଟି କରି ଖଲିସ୍ତାନ ଠାରୁ ଆରମ୍ଭ କରି କଶ୍ମୀରର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦେଶ ଓ ଗୋଟିଏ ମୁସଲିମ ଦେଶ ଗଠନ କରିବାକୁ ଲକ୍ଷ୍ୟ ରଖିଛି।

author-image
Hemant Lenka
Terrorist

Terrorist

ଭାରତକୁ ଭାଗ ଭାଗ କରି କେବଳ ଖଲିସ୍ତାନ ନୁହେଁ, ବରଂ ଏକାଧିକ ରାଷ୍ଟ୍ର ଗଠନ କରିବା ହିଁ ଆତଙ୍କବାଦୀ ଗୁରପତୱାନ୍ତ ସିଂହ ପନ୍ନୁର ଲକ୍ଷ୍ୟ। ଏଥିପାଇଁ ସେ ତା’ର ଉଦ୍ୟମ ଜାରି ରଖିଛି ବୋଲି ଜଣାପଡ଼ିଛି। କାନାଡାରେ ରହି ଭାରତ ବିରୋଧରେ ମସୁଧା କରୁଥିବା ପନ୍ନୁର ଚଣ୍ଡିଗଡ଼ ଓ ଅମୃତସର ଠାରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଏବେ ତା’ ସମ୍ପର୍କରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି।

Advertisment

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପନ୍ନୁ ସମ୍ପର୍କରେ ପ୍ରସ୍ତୁତ କରିଥିବା ଦସ୍ତାବିଜରେ କୁହାଯାଇଛି ଯେ ବିଚ୍ଛିନ୍ନତାବାଦୀ ଗ୍ରୁପ ଶିଖ ଫର ଜଷ୍ଟିସର ମୁଖ୍ୟ ହେଉଛି ପନ୍ନୁ। ସେ ବାରମ୍ବାର ଅଡିଓ ମେସେଜ ଦ୍ୱାରା ଭାରତର ଏକତା ଓ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରି ଆସିଛି।

ସେ ବିଦ୍ୱେଶ ସୃଷ୍ଟି କରି ଖଲିସ୍ତାନ ଠାରୁ ଆରମ୍ଭ କରି କଶ୍ମୀରର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦେଶ ଓ ଗୋଟିଏ ମୁସଲିମ ଦେଶ ଗଠନ କରିବାକୁ ଲକ୍ଷ୍ୟ ରଖିଛି।

Advertisment

ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ପନ୍ନୁ ସାମିଲ ଥିବା ଜଣାପଡ଼ିବା ପରେ ଏନଆଇଏ ତା’କୁ ଧରିବା ପାଇଁ ୨୦୧୯ରୁ ଉଦ୍ୟମ ଜାରି ରଖିଛି। ତଦନ୍ତରୁ ଜଣାପଡ଼ିଛି ଯେ ପନ୍ନୁ ନେତୃତ୍ୱାଧୀନ ଶିଖ ଫର ଜଷ୍ଟିସ ଯୁବଗୋଷ୍ଠୀଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବା ପାଇଁ ସୋଶାଲ ମିଡିଆର ଅପବ୍ୟବହାର କରୁଛି। ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଖଲିସ୍ତାନର ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ଉସକା ଯାଉଥିଲା। ୨୦୧୯ରେ ଭାରତ ସରକାର ଶିଖ ଫର ଜଷ୍ଟିସ ଉପରେ ବ୍ୟାନ ଲଗାଇଥିଲେ।

ସେହିପରି ୨୦୨୨ ଜୁଲାଇରେ ପନ୍ନୁକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଥିଲା। କିନ୍ତୁ ତା’ ବିରୋଧରେ ରେଡ କର୍ଣ୍ଣର ନୋଠିସ ଜାରି କରିବା ପାଇଁ ଭାରତ ସରକାରଙ୍କ ଅନୁରୋଧକୁ ଦୁଇ ଥର ଇଣ୍ଟର ପୋଲ ଅଗ୍ରାହ୍ୟ କରି ଦେଇଛି।

ବର୍ତ୍ତମାନ ଭାରତ ଓ କାନାଡା ମଧ୍ୟରେ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ ବିବାଦ ଚାଲିଛି। ଏଥିରୁ ଫାଇନା ଉଠାଇବା ପାଇଁ ପନ୍ନୁ ବିବାଦୀୟ ଟିପ୍ପଣୀ ସବୁ ଦେଇ ଚାଲିଛି।

India Canada Khalistan