Advertisment

କାମାକ୍ଷାନଗର: ଏସବିଆଇ ଏଟିଏମରୁ ୫୦ହଜାର ଟଙ୍କା ଅନଲାଇନ୍ ଠକେଇ ଅଭିଯୋଗ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁଣ୍ଡିଦେଉଳୀ ଏଡିବି ଏସବିଆଇ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଅନଲାଇନରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭଯୋଗ ଆଣିଛନ୍ତି କଙ୍କଡାହାଡ ବ୍ଲକ ଖତେଇବେଣୀ ଗ୍ରାମର ପ୍ରଦୀପ ସାହୁ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତକାଲି ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ତାଙ୍କୁ ଭୁବନେଶ୍ୱର ମେନ ବ୍ରାଞ୍ଚରୁ କହୁଛୁ, ତୁମ ଏଟିଏମ କାର୍ଡ ବ୍ଲକ ହୋଇଯାଇଛି। ପିନ୍ ନମ୍ବର ସହ ଆକାଉଣ୍ଟ  ନମ୍ବର ଦିଅ ଏହାକୁ ଠିକ୍ […]

author-image
Rakesh Mallick
ଅଦ୍ୟତନ ହୋଇଛି
କାମାକ୍ଷାନଗର: ଏସବିଆଇ ଏଟିଏମରୁ ୫୦ହଜାର ଟଙ୍କା ଅନଲାଇନ୍ ଠକେଇ ଅଭିଯୋଗ

k

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁଣ୍ଡିଦେଉଳୀ ଏଡିବି ଏସବିଆଇ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଅନଲାଇନରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭଯୋଗ ଆଣିଛନ୍ତି କଙ୍କଡାହାଡ ବ୍ଲକ ଖତେଇବେଣୀ ଗ୍ରାମର ପ୍ରଦୀପ ସାହୁ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତକାଲି ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ତାଙ୍କୁ ଭୁବନେଶ୍ୱର ମେନ ବ୍ରାଞ୍ଚରୁ କହୁଛୁ, ତୁମ ଏଟିଏମ କାର୍ଡ ବ୍ଲକ ହୋଇଯାଇଛି। ପିନ୍ ନମ୍ବର ସହ ଆକାଉଣ୍ଟ  ନମ୍ବର ଦିଅ ଏହାକୁ ଠିକ୍ କରାଯିବ ବୋଲି କୁହାଯାଇଥିଲା । ସେ ଏଟିଏମର ପିନ ଓ ଆକାଉଣ୍ଟ ନମ୍ବର ଦେଇ ଦେଇଥିଲେ । ପରେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ୪୯ ହଜାର ୯୦୦ ଟଙ୍କା ଉଠାଇ ନିଆଯାଇଛି । ଏ ସମ୍ପର୍କରେ ସେ ଜାଣିବା ପରେ ଆକାଉଣ୍ଟ ବ୍ଲକ କରିବା ସହ କଙ୍କଡାହାଡ ଥାନରେ ଅଭିଯୋଗ କରିଥିଲେ ।

Advertisment