Advertisment

ଖୋର୍ଦ୍ଧା: ମାଛ ଗୋଦାମ ମାଲିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ଗାଁ ଘୋଡାଦୌଡ ପେଣ୍ଠ ମାଛ ଗୋଦାମରୁ ଆଜି ଗୋଦାମ ମାଲିକର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୁଃଶାସନ ବେହେରା। ତାଙ୍କ ଘର ଡୁମୁଣି ତଳସାହି ବୋଲି ଜଣାପଡ଼ିଛି। ଦୁଃଶାସନ ଗତକାଲି ରାତିରେ ଘରୁ ବାହାରି ଆସିବା ପରେ  ଘରକୁ ଫେରି ନ ଥିଲେ ବୋଲି ପରିବାର ଲୋକ କହିଛନ୍ତି। ଦୁଃଶାସନକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖୋର୍ଦ୍ଧା: ମାଛ ଗୋଦାମ ମାଲିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

-f

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ଗାଁ ଘୋଡାଦୌଡ ପେଣ୍ଠ ମାଛ ଗୋଦାମରୁ ଆଜି ଗୋଦାମ ମାଲିକର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୁଃଶାସନ ବେହେରା। ତାଙ୍କ ଘର ଡୁମୁଣି ତଳସାହି ବୋଲି ଜଣାପଡ଼ିଛି।

Advertisment

ଦୁଃଶାସନ ଗତକାଲି ରାତିରେ ଘରୁ ବାହାରି ଆସିବା ପରେ  ଘରକୁ ଫେରି ନ ଥିଲେ ବୋଲି ପରିବାର ଲୋକ କହିଛନ୍ତି। ଦୁଃଶାସନକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।