ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ପଥରବନ୍ଧ ନିକଟରୁ ଶୁକ୍ରବାର ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କୌଣସି ଏକ ସୁତ୍ରରୁ ଖବର ପାଇ ପୋଲିସ ତନଖି କରୁଥିବା ବେଳେ ଏକ ଟାଟା ଏସି ଗାଡିରୁ ଏହି ସବୁ ସାମଗ୍ରୀ ପାଇଛି। ଏହି ବିସ୍ଫୋରକ ସାମଗ୍ରୀ ଭିତରେ ଅଛି ୧୫୦୦ ଡିଟୋନେଟର, ୫ କୁଇଣ୍ଟାଲ ଆଲୁମିନିୟମ୍ ନାଇଟ୍ରେଟ୍ ଓ ପ୍ରାୟ ୩ କୁଇଣ୍ଟାଲର ଏକ୍ସପ୍ଲୋସିଭ୍ ପାଉଡର। ପୋଲିସ ଏହି ମାମଲାରେ ୨ ଜଣକୁ ଗିରଫ କରିଛି। ଗିରଫ ୨ଜଣ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନାର ମଳିପଡା ଗାଁର ରଞ୍ଜନ ବଡଜେନା ଓ ପ୍ରଶାନ୍ତ ମହାପାତ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଦଲାଲଙ୍କ ଜରିଆରେ ଘୂରି ବୁଲୁଛି ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ
କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ!
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।