khurdh
Advertisment
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ପଥରବନ୍ଧ ନିକଟରୁ ଶୁକ୍ରବାର ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କୌଣସି ଏକ ସୁତ୍ରରୁ ଖବର ପାଇ ପୋଲିସ ତନଖି କରୁଥିବା ବେଳେ ଏକ ଟାଟା ଏସି ଗାଡିରୁ ଏହି ସବୁ ସାମଗ୍ରୀ ପାଇଛି। ଏହି ବିସ୍ଫୋରକ ସାମଗ୍ରୀ ଭିତରେ ଅଛି ୧୫୦୦ ଡିଟୋନେଟର, ୫ କୁଇଣ୍ଟାଲ ଆଲୁମିନିୟମ୍ ନାଇଟ୍ରେଟ୍ ଓ ପ୍ରାୟ ୩ କୁଇଣ୍ଟାଲର ଏକ୍ସପ୍ଲୋସିଭ୍ ପାଉଡର। ପୋଲିସ ଏହି ମାମଲାରେ ୨ ଜଣକୁ ଗିରଫ କରିଛି। ଗିରଫ ୨ଜଣ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନାର ମଳିପଡା ଗାଁର ରଞ୍ଜନ ବଡଜେନା ଓ ପ୍ରଶାନ୍ତ ମହାପାତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/୨୩1.jpg)