Advertisment

ଭୁବନେଶ୍ୱରୁ ଅପହୃତ ବ୍ୟବସାୟୀ ଯାଜପୁରରୁ ଉଦ୍ଧାର; ୩ ଅଟକ

ଅପହରଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ଅପହୃତଙ୍କ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ।

author-image
Niharika Rout
Rescue

Rescue

ଭୁବନେଶ୍ୱର ପାତ୍ରପଡ଼ାରୁ ଅପହୃତ ବ୍ୟବସାୟୀ ଯାଜପୁରର ଆରୁହାରୁ ଉଦ୍ଧାର ହେଲେ। ଅପହରଣ ହେବାର ପ୍ରାୟ ୨୪ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରିଛି ପୁଲିସ୍‌। ଏଥିସହ ଅପହରଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ଅପହୃତଙ୍କ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ। ଏହି ଅପହରଣ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

Advertisment

ତେବେ ଅପହୃତ ଯୁବକଜଣକ ଶଙ୍କର୍ଷଣ ଦାସ ନୁହନ୍ତି, ପିଣ୍ଟୁ ସାହୁ ବୋଲି ସ୍ପଷ୍ଟ କରିଛି ପୁଲିସ୍‌ । ପୁଲିସ୍‌ ପିଣ୍ଟୁଙ୍କୁ ଉଦ୍ଧାର କରିବା ସହ ତାଙ୍କ ବିଷୟରେ ଚାଞ୍ଚଲ୍ୟକର ସୂଚନା ଦେଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ପିଣ୍ଟୁଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏପରିକି ପୂର୍ବରୁ ସେ ଗିରଫ ବି ହୋଇଛନ୍ତି I ତାଙ୍କୁ ଉଦ୍ଧାର କରିବା ପରେ ଖଣ୍ଡଗିରି ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରୁଛି I

Advertisment

ଉଦ୍ଧାର ହେବା ପରେ ବେଶ୍‌ ଖୁସି ଥିବା ପିଣ୍ଟୁ ସାହୁ ନୂଆ ଜୀବନ ପାଇଥିବା କହିଛନ୍ତି। ଏଥିସହ ସେ କହିଛନ୍ତି, ମୋ’ ଘର ଆଗରୁ ମୋତେ କିଡନାପ କରିଥିଲେ। ମୁଁ ସେମାନଙ୍କୁ ଚିହ୍ନିନି କି ଜାଣିନି। ପୁଲିସ୍‌ ଖୁବ୍‌ ଶୀଘ୍ର ପଦକ୍ଷେପ ନେଇ ମୋତେ ଉଦ୍ଧାର କରି ନୂଆ ଜୀବନ ଦେଇଛି। ଏହା ପଛରେ ମୋ’ ଡ୍ରାଇଭର ହାତ ଥିବା ସନ୍ଦେହ କରୁଛି।

ଗତ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଶଙ୍କର୍ଷଣଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ପରେ ଶଙ୍କର୍ଷଣଙ୍କୁ ମାଡ଼ ମାରି ରକ୍ତାକ୍ତ କରି ପତ୍ନୀଙ୍କୁ ଭିଡିଓ କଲ୍ କରି ୧୦ ଳକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ଏନେଇ ଶଙ୍କର୍ଷଣଙ୍କ ପତ୍ନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଟିମ୍‌ ଗଠନ କରି ପିଣ୍ଟୁଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଥିଲା। ଏପରିକି ପୁଲିସ୍‌ ଉକ୍ତ ନମ୍ବରକୁ ଟ୍ରାକ୍‌ କରିବା ସହ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଆଧାରରେ ଯାଜପୁର ଆରୁହାରୁ ଉଦ୍ଧାର କରିଛି।

Kidnap Jajpur Rescue