Advertisment

୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା

ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍‌। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।

ଅଦ୍ୟତନ ହୋଇଛି
Young Girl

Young Girl

Advertisment

ଗତ ରାତିରୁ ଅପହରଣ ହୋଇଥିବା ଯୁବତୀ ଆଜି ଉଦ୍ଧାର ହୋଇଛନ୍ତି। ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍‌। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି। ତେବେ କିଏ ଓ କାହିଁକି ଏହି ଅପହରଣ କରିଥିଲା, ଏହା ପଛର କାରଣ କ’ଣ ତା’ ଉପରୁ ପରଦା ହଟି ପାରିନି।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ବେଳେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଲୁମ୍ବିନୀ ବିହାର ଅଞ୍ଚଳରେ ଯାଉଥିଲେ। ଯୁବକଙ୍କ ଘର ନିଳାଦ୍ରି ବିହାର ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଜଣକ ବି ଆଖପାଖ ଅଞ୍ଚଳରେ ରହୁଥିଲେ।

ଉକ୍ତ ସମୟରେ ୪ ଯୁବକ ଏକ କାର୍‌ରେ ଆସି ଉଭୟଙ୍କୁ ଅଟକାଇଥିଲେ। ସେମାନେ ଯୁବତୀଙ୍କୁ ଟେକି ନେବାକୁ ଉଦ୍ୟମ କରିବା ବେଳେ ତାଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିଥିଲେ। ଫଳରେ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପ୍ରାୟ ୧୦ ଘଣ୍ଟା ପରେ ପୁଲିସ୍ ଉକ୍ତ ଯୁବତୀଙ୍କୁ ବରମୁଣ୍ଡା ଥାନା ଅଞ୍ଚଳରୁ ଉଦ୍ଧାର କରିଛି।

ରାଜଧାନୀରେ ପୁଲିସ୍‌ର ଚେକିଂ, ବ୍ଲକିଂ କଡ଼ାକଡ଼ି ଚାଲିଥିବା ବେଳେ କିପରି ଏପରି ଅପରାଧିକ ଘଟଣାକୁ କାର୍ଯ୍ୟକାରୀ କରାଯାଉଛି, ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Bhubaneswar Kidnap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe