Advertisment

ଜେଲ୍ ସମ୍ମୁଖରେ ପୁଲିସ୍‌କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର

ଫେରାର ଅଭିଯୁକ୍ତଙ୍କ ନାଁ ସୁମନ ବେହେରା (୨୨)। ତାଙ୍କ ଘର ଆଉଁଳି ଗାଁରେ।

author-image
Jitendra Garnayak
Suman Behera

Suman Behera

ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଯୁବକଙ୍କୁ ଜେଲ୍‌କୁ ନିଆଯାଉଥିବା ବେଳେ ସେ ପୁଲିସ୍ କର୍ମଚାରୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛନ୍ତି। ଘଟଣାଟି ଘଟିଛି ଦେବଗଡ଼ରେ।

Advertisment

ଫେରାର ଅଭିଯୁକ୍ତଙ୍କ ନାଁ ସୁମନ ବେହେରା (୨୨)। ତାଙ୍କ ଘର ଆଉଁଳି ଗାଁରେ। ଜଣେ ନାବାଳିକାଙ୍କୁ ସେ ପ୍ରେମ କରୁଥିଲେ। ନାବାଳିକା ଜଣଙ୍କ କଲେଜକୁ ଯାଉଥିବା ବେଳେ ସୁମନ ତାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ଅପହରଣ କରି ନେଇଥିଲେ ବୋଲି ଗତ ୯ ତାରିଖରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ବାପା ଏହି ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଗତକାଲି ପୁଲିସ୍ ସୁମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍। ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Advertisment

ପୁଲିସ୍ ତାଙ୍କୁ ଦେବଗଡ଼ ସ୍ଥିତ ସ୍ୱତନ୍ତ୍ର ଉପକାରାଗାରକୁ ନେଇ ଯାଇଥିଲା। ତେବେ ଜେଲ୍ ସମ୍ମୁଖରୁ ସୁମନ ଫେରାର ହୋଇଯାଇଥିଲେ। ସେ ପୁଲିସ କର୍ମୀଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲେ।

ଏହି ଘଟଣା ନେଇ ଦାୟିତ୍ୱରେ ଥିବା କନଷ୍ଟେବଲ ନରୋତ୍ତମ ପ୍ରଧାନ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଦେବଗଡ଼ ପୁଲିସ ସୁମନଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ କରି ଖୋଜାଖୋଜି କରୁଛି।

Odisha Police Kidnapping Cases