ଦେବଗଡ଼ ଷ୍ଟେଟ ବ୍ୟାଙ୍କ ଛକରୁ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ। କଳା ରଙ୍ଗର ଏକ ପଲସର ବାଇକ୍ରେ ଆସି ଅପହରଣ କରିନେଲେ ଦୁଇ ଦୁର୍ବୃତ୍ତ।
ଦେବଗଡ଼ର ଏକ ବ୍ୟବସାୟୀଙ୍କ ୬ ବର୍ଷର ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଟ୍ୟୁସନ ସାରି ଆଈ ସାଙ୍ଗରେ କୁନି ଝିଅ ଆସୁଥିଲା। ଏହି ସମୟରେ ଆଇଙ୍କୁ ଧକ୍କା ମାରି କୁନି ଝିଅକୁ ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ ହୋଇଛି।
କେଉଁ କାରଣକୁ ନେଇ ଅପହରଣ ହୋଇଛି କାରଣ ସ୍ପଷ୍ଟ ହୋଇନାହିଁ। ପରିବାର ଲୋକ ଥାନାର ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣାସ୍ଥଳରେ ଦେବଗଡ଼ ଏସପି ପହଞ୍ଚି ତଦନ୍ତକୁ ତଦାରଖ କରିଛନ୍ତି।