Advertisment

ମା’ ପାଇଁ ଔଷଧ ଆଣିବାକୁ ଯାଉଥିଲେ, ରାସ୍ତାରେ ମାରିଦେଲେ

ଦୁର୍ବୃତ୍ତମାନେ ଛୁରୀରେ ତାଙ୍କ ଶରୀରରେ ଆଘାତ ପରେ ଆଘାତ କରିଚାଲିଥିଲେ। ପରେ ସେଠାରୁ ଚମ୍ପଟ ମାରିଥିଲେ।

Rajesha

Rajesha

Advertisment

ନଇଁ ଆସୁଥିଲା ସଞ୍ଜ। ମାଡ଼ି ଆସୁଥିଲା ଶୀତ। ଆଉ ତାରି ଭିତରେ ଯନ୍ତ୍ରଣାରେ କଲବଲ ହେଉଥିଲେ ମା’। ଜନ୍ମଦାତ୍ରୀଙ୍କ ଏହି ଯନ୍ତ୍ରଣା ବ୍ୟଥିତ କରୁଥିଲା ରାଜେଶଙ୍କୁ। ତେଣୁ କାଳବିଳମ୍ବ ନକରି ଔଷଧ ପାଇଁ ମେଡିକାଲ ଧାଇଁ ଯାଉଥିଲେ ରାଜେଶ। ହେଲେ ନର ରାକ୍ଷାସଙ୍କ ହାବୁଡରେ ପଡ଼ିଗଲେ। ବିଚ୍ ରାସ୍ତାରେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେଲେ। ଏପରି ଲୋମ ଟାଙ୍କୁରା ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳରେ ଘଟିଛି।

Advertisment

ରାଜେଶଙ୍କ ମା’ ଅସୁସ୍ଥ। ତେଣୁ ତାଙ୍କ ପାଇଁ ମେଡିସିନ ଆଣିବାକୁ ଯାଉଥିଲେ ରାଜେଶ। ତେବେ ଗାଁ ମୁଣ୍ଡରେ ଛପି ରହିଥିବା କିଛି ଦୁବୃର୍ତ୍ତ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ତଳେପଡ଼ି ଯାଇଥିଲେ ରାଜେଶ। ଦୁର୍ବୃତ୍ତମାନେ ଛୁରୀରେ ତାଙ୍କ ଶରୀରରେ ଆଘାତ ପରେ ଆଘାତ କରିଚାଲିଥିଲେ। ପରେ ସେଠାରୁ ଚମ୍ପଟ ମାରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ରାଜେଶ।

ସେଇ ରାସ୍ତା ଦେଇ ଯାଉଥିବା ଲୋକମାନେ ରାଜେଶଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖି ପରିବାର ଳୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପରିବାର ଲୋକ ଏନେଇ ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଓ କେଉଁ କାରଣରୁ ରାଜେଶଙ୍କୁ ହତ୍ୟାକଲା? ତାହାର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ତେବେ ଏନେଇ ପରିବାର ଲୋକ ବା ପୁଲିସ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ – ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Murder Mass Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe